ଧବଳେଶ୍ୱର ଝୁଲାପୋଲର ମରାମତି ଓ ନବୀକରଣ ପାଇଁ ଫେବ୍ରୁଆରି ୨୦୨୩ ସୁଦ୍ଧା ଟେଣ୍ଡର ଡକାଯିବ

ଭୁବନେଶ୍ୱର: ମହାନଦୀ ଉପରେ ନୂତନ ଧବଳେଶ୍ୱର ହାଇଲେବୁଲ୍ ପୋଲର ନିର୍ମାଣକାର୍ଯ୍ୟ, ଧବଳେଶ୍ୱର ଝୁଲାପୋଲର ନବୀକରଣ କାର୍ଯ୍ୟ ଏବଂ ଧବଳେଶ୍ୱରକୁ ସଂଯୋଗ କରୁଥିବା ଫେୟାର ୱେଦର ରୋଡ଼ ନିର୍ମାଣର ଅଗ୍ରଗତି ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଆଜି ଲୋକସେବା ଭବନଠାରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛିା

ବିଜୁ ସେତୁ ଯୋଜନାରେ ମଞ୍ଚେଶ୍ୱର ଘାଟଠାରୁ ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା ସେତୁର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ ଏବଂ ବରିଷ୍ଠ ଯନ୍ତ୍ରୀମାନଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରି ନିର୍ମାଣ କାର୍ଯ୍ୟକୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ସଂପୂର୍ଣ୍ଣ କରିବା ପାଇଁ କହିଥିଲୋ ବୈଠକର ନିଷ୍ପତ୍ତି ଅନୁଯାୟୀ ପୋଲ ନିର୍ମାଣ ନିମନ୍ତେ ସମସ୍ତ ଷ୍ଟିଲ ଗାର୍ଡର ଫାବି୍ରକେସନ୍ କାର୍ଯ୍ୟ ୨୦୨୩ ମସିହା ଜାନୁଆରି ମାସ ଶେଷ ସୁଦ୍ଧା ସମାପ୍ତ ହେବା ଷ୍ଟିଲ ଗାର୍ଡର ସ୍ଥାପନା କାର୍ଯ୍ୟ ଜାନୁଆରି ୧୫ ତାରିଖରୁ ଆରମ୍ଭ କରାଯାଇ ୨୦୨୩ ମାର୍ଚ୍ଚ ମାସ ସୁଦ୍ଧା ସଂପୂର୍ଣ୍ଣ କରାଯିବା ସେହିପରି ଡେକ୍ ସ୍ଲାବ୍‌ କାଷ୍ଟିଂ କାର୍ଯ୍ୟ ଫେବ୍ରୁଆରି ୧୫ ତାରିଖରୁ ଆରମ୍ଭ ହେବ ଓ ଅପ୍ରେଲ ୩୦ ସୁଦ୍ଧା ଶେଷ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲାା