ମାଲକାନଗିରି: ମାଲକାନଗିରି ଜିଲ୍ଲା ଗଂଜେଇ ବ୍ୟବସାୟର ପେଣ୍ଠସ୍ଥଳୀ କହିଲେ ଅତ୍ୟୁକ୍ତି ହେବ ନାହିଁ। ଜିଲ୍ଲାର ପ୍ରାୟ ଗୋଟିଏ ଦୁଇଟି ବ୍ଲକକୁ ଛାଡିଦେଲେ ସମସ୍ତ ବ୍ଲକରେ ଅବାଧରେ ଗଂଜେଇ ଚାଷ କରାଯାଉଛି। ଦୀର୍ଘ ବର୍ଷ ଧରି ଦୁର୍ଗମ ଅଂଚଳର ଲୋକେ ନିଜର ପାରଂପାରିକ ଚାଷକୁ ଛାଡି ଦେଇ ଗଂଜେଇ ଚାଷ ପ୍ରତି ମନ ବଳାଇଥିଲ। ଏଥିରେ ପ୍ରଚୁର ଲାଭ ପାଉଛନ୍ତି। ପୁଣି ନକ୍ସଲ ପରୋକ୍ଷରେ ହେଉ ବା ପ୍ରତକ୍ଷ୍ୟରେ ହେଉ ଗଂଜେଇ ଚାଷକୁ ପ୍ରତ୍ସାହନ କରିଆସୁଥିଲେ।ଏଥିରୁ ସେମାନେ ନିଜର ଭାଗ ମଧ୍ୟ ରଖିଥିଲେ।
ମାଲକାନଗିରି ଜିଲ୍ଲାରୁ ପ୍ରତିବର୍ଷ ଏକ ହଜାର କୋଟିରୁ ଊର୍ଦ୍ଧ୍ବ ଟଂକାର ଗଂଜେଇ ବାହାର ରାଜ୍ୟ ଏବଂ ଦେଶକୁ ଚାଲାଣ ହୁଏ। ଜିଲ୍ଲାର ପୁଲିସ ଏବଂ ଅବକାରୀ ବିଭାଗ ଗଂଜେଇ ଚାଷରେ ରୋକ ଲଗାଇବାରେ ସଂପୂର୍ଣ୍ଣ ବିଫଳ ହୋଇଥିଲେ। ଏହାର କାରଣ ଥିଲା ନକ୍ସଲ। ଏବେ ନକ୍ସଲ ଜିଲ୍ଲାରୁ ଏକ ପ୍ରକାର ହଟିଯାଇଥିବା ବେଳେ ପୁଲିସ ଏବଂ ଅବକାରୀ ବିଭାଗର ଅଧିକାରୀମାନେ ଦୁର୍ଗମ ଅଂଚଳରେ ମଧ୍ୟ ବେଧଡକ ପଶି ଗଂଜେଇ ଗଛକୁ ନଷ୍ଟ କରିବାରେ ଏକ ପ୍ରକାର ସଫଳ ହେଲେଣି।