ନୂଆଦିଲ୍ଲୀ: ନିଜର ଭିନ୍ନ ଶୈଳୀରେ ବୟାନ ଦେବା ପାଇଁ କେନ୍ଦ୍ର ମନ୍ତ୍ରୀ ରାମଦାସ ଆଥୱାଲେ ବେଶ ଜଣାଶୁଣା। ଅନେକ ସମୟରେ ସେ ଏମିତି କିଛି ବୟାନ ଦେଇଥାନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥାଏ | ସଂସଦରେ ଅନେକ ସମୟରେ ସେ କବିତା ପାଠ କରି ବିରୋଧୀଙ୍କୁ ଜବାବ ମଧ୍ୟ ଦେଇଥାନ୍ତି | ତେବେ ବର୍ତ୍ତମାନ ରାମଦାସ କଂଗ୍ରେସର ଭାରତ ଯୋଡ ଯାତ୍ରା ଏବଂ ରାହୁଲ ଗାନ୍ଧୀଙ୍କ ଉପରେ ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କୁ ଥରେ ପ୍ରଧାନମନ୍ତ୍ରୀ ହେବାକୁ ସୁଯୋଗ ମିଳିଥିଲା, କିନ୍ତୁ ଏବେ ସେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ। ଏହା ବ୍ୟତୀତ କଂଗ୍ରେସ ଭାରତ ଯୋଡ ଯାତ୍ରା ବନ୍ଦ କରିବା ଉଚିତ ବୋଲି ସେ କହିଛନ୍ତି। ରାହୁଲ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ ହେବା ବିଷୟରେ ରାମଦାସ ଆଥୱାଲେ କହିଛନ୍ତି ଯେ ଯେତେବେଳେ ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ମିଳିଥିଲା, ସେତେବେଳେ ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ତାଙ୍କୁ ପ୍ରଧାନମନ୍ତ୍ରୀ କରିନଥିଲା। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗକୁ ବଢିଚାଲିଛନ୍ତି |
Prev Post
Next Post