ଭୁବନେଶ୍ବର: ଏସଟିଏଫ୍ ଆଉ ଜଣେ ବାଘଛାଲ ବେପାରୀକୁ ଧରିବାରେ ସକ୍ଷମ ହୋଇଛି। ଗିରଫ ବେପାରୀ ହେଲା ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଶାସଙ୍ଗବେଡା ଗାଁର ଚଗଲୁ ଓରଫ ପୂର୍ଣ୍ଣଚନ୍ଦ୍ର ମାଝୀ । ସେ ଘଟଣାସ୍ଥଳରୁ ଫେରାର୍ ମାରିଥିଲା। ଏସଟିଏଫ୍ ଟିମ୍ ଚଢ଼ଉ କରି ଗତକାଲି ପୂର୍ଣ୍ଣଚନ୍ଦ୍ର ମାଝୀଙ୍କୁ ଗିରଫ କରିଥିଲା । ଗତ ୧୪ ତାରିଖରେ ଏହି ବାଘଛାଲ ମାମଲାରେ ଦେବ କୁମାର ପାତ୍ର ନାମକ ଜଣେ ଅଭିଯୁକ୍ତକୁ ଗିରଫ କରାଯିବା ସହ ତାଠାରୁ ବାଘଛାଲ ଜବତ ହୋଇଥିଲା।
Prev Post