ନୂଆଦିଲ୍ଲୀ : ନୂଆବର୍ଷ ଅର୍ଥାତ ୨୦୨୩ ରାଜନୈତିକ ଦୃଷ୍ଟିକୋଣରୁ ବେଶ ଘଟଣାବହୁଳ ହେବାର ସମ୍ଭାବନା ରହିଛି । କାରଣ ଏହି ବର୍ଷ ଗୋଟିଏ ଦୁଇଟି ନୁହେଁ ମୋଟ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ଏଣୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହାକୁ ସେମିଫାଇନାଲ ଭାବେ ଦେଖାଯାଇଛି ।
୨୦୨୩ରେ ଯେଉଁ ସବୁ ରାଜ୍ୟରେ ନିର୍ବାଚନ ହେବ ସେଗୁଡ଼ିକ ହେଉଛି କର୍ଣ୍ଣାଟକ, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା, ତ୍ରିପୁରା, ମେଘାଳୟ, ନାଗାଲାଣ୍ଡ ଓ ମିଜୋରାମ ।