ଶ୍ରୀମନ୍ଦିରରେ ଲାଗୁ ହେଲା ମୋବାଇଲ୍‌ କଟକଣା

ପୁରୀ : ପୂର୍ବଘୋଷଣା ମତେ ଶ୍ରୀମନ୍ଦିରରେ ରବିବାରଠାରୁ ଶ୍ରୀମନ୍ଦିର ସେବାୟତ, ଅଧିକାରୀ ଓ କର୍ମଚାରୀଙ୍କ କ୍ଷେତ୍ରରେ ସ୍ମାର୍ଟଫୋନ୍‌ ନେବା ଉପରେ କଟକଣା ଲାଗୁ କରାଯାଇଛି। ଯେଉଁ ସେବାୟତମାନେ ରବିବାର ଦିନ ଶ୍ରୀମନ୍ଦିରକୁ ଯାଇଛନ୍ତି, ସେମାନେ ପ୍ରବେଶ ପୂର୍ବରୁ ସିଂହଦ୍ବାର ଓ ଦକ୍ଷିଣଦ୍ବାରରେ ଖୋଲାଯାଇଥିବା ସ୍ବତନ୍ତ୍ର ମୋବାଇଲ୍‌ କେନ୍ଦ୍ରରେ ନିଜ‌ ମୋବାଇଲ୍‌ ଜମା ଦେଇ ମନ୍ଦିରକୁ ପ୍ରବେଶ କରିଛନ୍ତି। ଏହିଠାରେ ମୋବାଇଲ୍‌ ଜମା ରଖି ଶ୍ରୀମନ୍ଦିର ଯାଇ ପୂଜା, ନୀତିକାନ୍ତି କାମ ସାରି ପୁନର୍ବାର ଜମା କେନ୍ଦ୍ରରୁ ମୋବାଇଲ୍‌ ନେଇ ଫେରିଛନ୍ତି। କିନ୍ତୁ ସେବାୟତ, ଅଧିକାରୀ, କର୍ମଚାରୀମାନଙ୍କୁ କଡ଼ାକଡ଼ି ଯାଞ୍ଚ କରାଯାଉନଥିବାରୁ ରବିବାରର ପ୍ରଥମ ଦିନରେ ଅନେକ ଶ୍ରୀମନ୍ଦିରକୁ ମୋବାଇଲ୍‌ ନେଇ ପ୍ରବେଶ କରିଥିବା ଅଭିଯୋଗ ହୋଇଛି।