ଅଭିନବ ଉପାୟରେ ସାଇବର ଠକେଇ

ବୈପାରିଗୁଡ଼ା: କୋରାପୁଟ ଜିଲ୍ଲାର ବୈପାରିଗୁଡାରେ ଆଜି ଜଣେ ବ୍ୟବସାୟୀଙ୍କୁ ଅଭିନବ ଉପାୟରେ ୩୨ ହଜାର ୬୪୦ ଟଂକା ଲୁଟି ନେଇଛନ୍ତି। ସାଇବର ଠକମାନେ ପ୍ରତିଦିନ ନୂତନ ଢଙ୍ଗରେ ଲୋକଙ୍କୁ ଠକି ଟଂକା ଲୁଟ କରୁଥିବା ଦେଖିବାକୁ ମିଳିଛି। ଆଜି ମଧ୍ୟ ଏକ ନୂତନ ଢଙ୍ଗରେ ବୈପାରିଗୁଡାର ବ୍ୟବସାୟୀ ସଂତୋଷ କୁମାର ନାୟକଙ୍କ ଠାରୁ ଟଂକା ଲୁଟ ହୋଇଛି। ଆଜି ଦିନ ଗୋଟାଏ ବେଳେ ନିଜକୁ ସଂଜୟ ସିଂହ ରାମଗିରି ବିଏସଏଫ କ୍ୟାମ୍ପର ଯବାନ ବୋଲି କହିବା ସହ ସଂତୋଷକୁ ଫୋନ କରିଥିଲେ। ତୁମର ଗଣେଶ ହାଡଓ୍ବେରର ଦୋକାନ ଅଛି କି ବୋଲି ପ୍ରଶ୍ନ କରିଥିଲେ। ସଂତୋଷ ହଁ କହିବା ପରେ ତାଂକୁ ବିଭିନ୍ନ କଲର ଏବଂ ଘର ପୋଛିବା ଝାଡୁ ମାଗିଥିଲେ। ତୁରନ୍ତ କଲର ଡବା ରାମଗିରିକୁ ବସ ଯୋଗେ ପଠାଇ ଦେବାକୁ କହିଥିଲେ।