୨ ଦିନ ଯାଏଁ ଘନ କୁହୁଡ଼ି; ସତର୍କ ହୋଇ ଯାତାୟତ କରନ୍ତୁ

ଭୁବନେଶ୍ବର: ନୂଆବର୍ଷ-୨୦୨୩ ଆରମ୍ଭ ହୋଇସାରିଛି। କିନ୍ତୁ ବର୍ଷ ଆରମ୍ଭରେ ଯେଉଁଭଳି ଭାବେ ଶୀତ ହେବା କଥା ତାହା ହେଉନାହିଁ। ରାଜ୍ୟର କିଛି ଜିଲ୍ଲାରେ ସାମାନ୍ୟ ଥଣ୍ଡା ଅନୁଭୂତ ହେଉଥିବା ବେଳେ ଆଗାମୀ ୨/୩ ଦିନ ପରେ ଶୀତ ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ପାଣିପାଗ ନେଇ ସ୍ବତନ୍ତ୍ର ରିଲିଫ କମିସନ ପକ୍ଷରୁ ରାଜ୍ୟର ୮ଟି ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି। ଏସ୍‌ଆରସି ପକ୍ଷରୁ କୁହାଯାଇଛି ଯେ, ଆଜି ରାତିରେ ଓ ଆସନ୍ତାକାଲି (ଜାନୁଆରି ୪) ସକାଳୁ ରେ ଘନକୁହୁଡ଼ି ଦେଖାଯିବ। ତେଣୁ ଦୁର୍ଘଟଣା ଏଡାଇବା ପାଇଁ ଯାତାୟତ ବେଳେ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ଅଛି।