ଗୁଣାତ୍ମକ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଦେଶ ବିଦେଶରେ ଭରସାର କେନ୍ଦ୍ର ପାଲଟିଛି ଏମ୍‌ସ ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ

ଗୁଣାତ୍ମକ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଦେଶବିଦେଶରେ ଏମ୍‌ସ ଭୁବନେଶ୍ୱର ଭରସାର ପ୍ରତୀକ ପାଲଟିଛି। ଏହି ଜାତୀୟ ପ୍ରତିଷ୍ଠାନ ପ୍ରତିଷ୍ଠା ନେଇ ଦେଶର ଦୂରଦର୍ଶୀ ତଥା ଲୋକପ୍ରିୟ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଦେଖିଥିବା ସ୍ବପ୍ନକୁ ଏମ୍‌ସ ଏହାର ଏକ ଦଶନ୍ଧିର ଯାତ୍ରା କାଳରେ ପୂରଣ କରିଥିବା ପ୍ରକାଶ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ ଏବଂ ସାର ଓ ରସାୟନ ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିଅ । ଆଜି ଏମ୍‌ସ ଭୁବନେଶ୍ୱରର ୪ର୍ଥ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏପରି ମତବ୍ୟକ୍ତ କରିଥିଲେ ଶ୍ରୀ ମାଣ୍ଡଭେୟ। ଏହି ଅବସରରେ ଏମ୍‌ସର ୧୦ ବର୍ଷର ସଫଳ ଯାତ୍ରା ପୂରଣ ଅବସରରେ ଅନୁଷ୍ଠାନକୁ ଅଭିନନ୍ଦନ ଜଣାଇଥିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ। ଏଥିସହିତ ଏହି ଅବସରରେ ମେଡିକାଲ୍‌ ଡିଗ୍ରୀ ପାଇଥିବା ଛାତ୍ରଛାତ୍ରୀଙ୍କୁ ଦେଶମାତୃକାର ସେବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ ହେବାକୁ ଆହ୍ବାନ ଦେଇଥିଲେ ଶ୍ରୀ ମାଣ୍ଡଭିଅ।