ନଭେମ୍ବରରେ ଆସାମରୁ ନିଖୋଜ ହେଲେ ମା-ପୁଅ, ଏବେ ପାକିସ୍ତାନ ଜେଲରୁ ଆସିଲା ଖବର

ଗତବର୍ଷ ନଭେମ୍ବରରେ ଆସାମର ନାଗାଓଁରୁ ଜଣେ ମହିଳା ଏବଂ ତାଙ୍କ ପୁଅ ନିଖୋଜ ହୋଇଯାଇଥିବାର ଜଣାପଡିଥିଲା | ତେବେ ବର୍ତ୍ତମାନ ସେମାନଙ୍କ ଠିକଣା ମିଳିଥିବାବେଳେ ସେମାନଙ୍କ ସମ୍ପର୍କୀୟମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବାସ୍ତବରେ ପରିବାର ସଦସ୍ୟ ଏବେ ଜାଣିବାକୁ ପାଇଛନ୍ତି ଯେ ଉଭୟ ମା-ପୁଅ ପାକିସ୍ତାନର ଜେଲରେ ବନ୍ଦୀ ଅଛନ୍ତି। ନାଗାଓଁ ପୁଲିସ ଏବଂ ପୀଡିତା ମହିଳାଙ୍କ ପରିବାରଙ୍କ ଦାବି ଅନୁଯାୟୀ ବୈଧ ଦଲିଲ ବିନା ପାକିସ୍ତାନରେ ପ୍ରବେଶ କରିଥିବା ଅଭିଯୋଗରେ ଉଭୟଙ୍କୁ ଗିରଫ କରାଯାଇ ଜେଲରେ ରଖାଯାଇଛି | ମହିଳାଙ୍କ ମା ଅଜିଫା ଖାତୁନ ନାଗାଓଁ ପୁଲିସ ଷ୍ଟେସନରେ ଦାଖଲ କରିଥିବା ଅଭିଯୋଗରେ କହିଛନ୍ତି ଯେ ତାଙ୍କ ଜ୍ୱାଇଁଙ୍କର ଦୁଇ ବର୍ଷ ପୂର୍ବେ ମୃତ୍ୟୁ ହୋଇଯାଇଥିଲା | ଆଉ ଝିଅ ଓ ନାତି ୨୬ ନଭେମ୍ବର ୨୦୨୨ଠାରୁ ନିଖୋଜ ଥିଲେ |