ଚିନ୍ତା ବଢ଼ାଇଲାଣି ଜଳବାୟୁ ପରିବର୍ତ୍ତନ: ୨୦୨୨ ଦେଶର ପଞ୍ଚମ ଉଷ୍ମ ବର୍ଷ

୨୦୨୨ ହେଉଛି ଦେଶର ୫ମ ଉଷ୍ମ ବର୍ଷ। ୨୦୨୨ରେ ବାର୍ଷିକ ବାୟୁମଣ୍ଡଳୀୟ ତାପମାତ୍ରା ସ୍ବାଭାବିକଠାରୁ ପ୍ରାୟ ୦.୫୧ ଡିଗ୍ରି ଅଧିକ ରହିଥିଲା। ଗତ ୧୨୨ ବର୍ଷ ଭିତରେ ଦେଶର ଉଷ୍ମ ବର୍ଷଗୁଡ଼ିକ ମଧ୍ୟରେ ୨୦୨୨ ପଞ୍ଚମ ସ୍ଥାନରେ ରହିଛି।

ଭାରତୀୟ ପାଣିପାଗ ବିଭ‌ାଗ(ଆଇଏମ୍‌ଡି)ର ସୂଚନା ମୁତାବକ, ୨୦୧୬ର ବ‌ାର୍ଷିକ ବାୟୁମଣ୍ଡଳୀୟ ତାପମାତ୍ରା ଗତବର୍ଷଠାରୁ ଅଧିକ ରହିଥିଲା। ସେହିବର୍ଷ ସ୍ବାଭାବିକ ତାପମାତ୍ରାଠାରୁ ବାର୍ଷିକ ତାପମାତ୍ରା ପ୍ରାୟ ୦.୭୧ ଡିଗ୍ରି ଅଧିକ ରହିଥିବା ରେକର୍ଡ କହୁଛି। ବର୍ତ୍ତମାନ ସୁଦ୍ଧା ଦେଶର ସବୁଠୁ ଉତ୍ତପ୍ତ ବର୍ଷ ଭାବେ ନିଜ ରେକର୍ଡ କାଏମ ରଖିଛି। ପରେ ପରେ ୨୦୦୪ରେ ସ୍ବାଭାବିକ ତାପମାତ୍ରାଠାରୁ ୦.୫୫ ଡିଗ୍ରି, ୨୦୧୭ରେ ୦.୫୪୧ ଡିଗ୍ରି, ୨୦୧୦ରେ ୦.୫୩୯ ଡିଗ୍ରି ଲେଖାଏଁ ଅଧିକ ତାପମାତ୍ରା ରେକର୍ଡ ହୋଇଥିଲା। ଏହିସବୁ ବର୍ଷ ଯଥାକ୍ରମେ ଦ୍ବିତୀୟର ଚତୁର୍ଥ ସ୍ଥାନ ପର୍ଯ୍ୟନ୍ତ ରହିଛନ୍ତି। ପଞ୍ଚମ ଉଷ୍ମ ବର୍ଷ ଭାବେ ୨୦୨୨ରେ ୦.୫୧ ଡିଗ୍ରି ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରେକର୍ଡ ହୋଇଛି। ସେହିଭଳି ୨୦୨୧ର ବାର୍ଷିକ ତାପମାତ୍ରା ସ୍ବାଭାବିକଠାରୁ ମଧ୍ୟ ୦.୪୪ ଡିଗ୍ରି ଅଧିକ ରହିଥିଲା।