ହକି ବିଶ୍ୱକପ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ ପ୍ରସ୍ତୁତ: ସ୍ବାସ୍ଥ୍ୟମନ୍ତ୍ରୀ

ପୁରୁଷ ହକି ବିଶ୍ୱକପ-୨୦୨୩ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ ପ୍ରସ୍ତୁତ ଅଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ଏହା କହିଛନ୍ତି। ପୁରୁଷ ହକି ବିଶ୍ୱକପ ପାଇଁ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତିକୁ ନେଇ ଆଜି ଏକ ସମୀକ୍ଷା ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ଏହା କହିଛନ୍ତି। ସେ କହିଛନ୍ତି ଯେ, ସମସ୍ତ ଅନ୍ତର୍ଜାତୀୟ ବିମାନବନ୍ଦରଗୁଡିକରେ କେନ୍ଦ୍ରର ଗାଇଡ଼ଲାଇନ ଅନୁଯାୟୀ ସ୍ୱାସ୍ଥ୍ୟ ସୁବିଧା ଉପଲବ୍ଧ କରାଯାଇଛି। ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ରାଜ୍ୟରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ରାଉରକେଲା ଓ ଭୁବନେଶ୍ୱରରେ ସ୍ୱତନ୍ତ୍ର ଟେଷ୍ଟଂ ବ୍ୟବସ୍ଥା, ମୋବାଇଲ ହେଲଥ ୟୁନିଟ, ସ୍ୱତନ୍ତ୍ର ଡାକ୍ତିର ଦଳ, ଏମାରଜେନ୍ସି ଆମ୍ବୁଲାନ୍ସ ସେବା ଉପଲବ୍ଧ କରାଯାଇଛି। ଖାଦ୍ୟପେୟ ପାନୀୟ ଜଳର ସମସ୍ତ ପରିଷ୍କାର ପରିଚ୍ଛନ୍ନତା ଉପରେ ଧ୍ୟାନ ଦିଆଯାଇଥିବାବେଳେ ରାଉରକେଲା ଏବଂ ଭୁବନେଶ୍ୱରରେ ଥିବା ସମସ୍ତ ହୋଟେଲ ଗୁଡିକୁ ମଧ୍ୟ କୋଭିଡ ନିୟମ ପାଳନ କରିବା ପାଇଁ ନିର୍ଦେଶ ଦିଆଯାଇଛି। ରାଜ୍ୟରେ ବହୁ ମାତ୍ରାରେ ଟେଷ୍ଟଂ କରାଯାଉଛି ହେଲେ ମଧ୍ୟ କୋଭିଡ ଆକ୍ରାନ୍ତଙ୍କ ବହୁ  ଅଳ୍ପ ସଂଖ୍ୟାରେ ଚି଼ହ୍ନଟ ହେଉଛନ୍ତି। ଗତ ୧୦ ଦିନ ମଧ୍ୟରେ ଝାରସୁଗୁଡା ଓ ରାଉରକେଲାରେ କୋଭିଡ ଆକ୍ରାନ୍ତ ଚିନ୍ହଟ ହୋଇନାହାନ୍ତି।