ହକି ବିଶ୍ବକପ୍‌ ପାଇଁ ଭୁବନେଶ୍ବରର ବିଭିନ୍ନ ପଏଣ୍ଟରେ ଲାଗିଛି ୮୦୦ ସିସିଟିଭି କ୍ୟାମେରା

ପୁରୁଷ ହକି ବିଶ୍ୱକପ-୨୦୨୩ ନେଇ କମିସନରେଟ ପୁଲିସର ବ୍ୟାପକ ପ୍ରସ୍ତୁତି। ଭୁବନେଶ୍ୱର ସୁରକ୍ଷା ବ୍ୟବସ୍ଥାରେ ୧୬ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିବେ। ଭୁବନେଶ୍ବର ଡିସିପି ପ୍ରତୀକ ସିଂ ଏହି ସୂଚନା ଦେଇଛନ୍ତି। ଶ୍ରୀ ସିଂ କହିଛନ୍ତି ଯେ, ବିଶ୍ବକପ୍‌ ପାଇଁ ବିଭିନ୍ନ ପଏଣ୍ଟରେ ଲଗାଯାଇଛି ୮୦୦ ସିସିଟିଭି କ୍ୟାମେରା ଲଗାଯାଇଛି। ଅତିରିକ୍ତ ଡିସିପି ଓ ବିଭିନ୍ନ ଅଫିସର ପରିଚାଳନା ଦାୟିତ୍ୱରେ ରହିବେ। ଖେଳାଳିଙ୍କ ମୁଭମେଣ୍ଟକୁ ନେଇ ପରିଚାଳନା ହେବ ଟ୍ରାଫିକ। ପୁଲିସ ଟ୍ରାଫିକ ମୁଭମେଣ୍ଟକୁ ବ୍ୟବସ୍ଥିତ କରିବା ପାଇଁ ପାର୍କିଂ ଉପରେ ଗୁରୁତ୍ୱ ଦେଇଛି। ୧୦ଟି ନୂଆ ଏଡ଼ ପୋଷ୍ଟ କରାଯାଇଛି । ୧୬ଟି ହେଲ୍ପ ଡେ଼କ୍ସ କରାଯାଇଛି। ପୁଲିସ ଗ୍ରାଫିକ୍ସ ମାଧ୍ୟମରେ ଟ୍ରାଫିକ ରୁଟ ଚାଟ୍ ଜଣାଇବ। ଆସନ୍ତାକାଲି ଉଦଘାଟନୀ ଉତ୍ସବ ପାଇଁ ଖୋର୍ଦ୍ଧାରୁ କଟକ ଓ କଟକରୁ ଭୁବନେଶ୍ୱର ଭାରୀ ଯାନ ବନ୍ଦ କରାଯିବ। ଟ୍ରାଫିକ ନିୟନ୍ତ୍ରଣରେ ପୁଲିସ ମିତ୍ର, ଷ୍ଟୁଡେଣ୍ଟସ ଭଲୁ୍ୟୁଣ୍ଟର ଓ କିଛି ଏନ୍‌ଜିଓ ସଂସ୍ଥାନଙ୍କର ସହଯୋଗ ନେବ ପୁଲିସ।