ମାଓ ନେତା ହିଡମାର ମୃତ୍ୟୁ ମିଥ୍ୟା: ମାଓ ସଂଗଠନ

ଗତକାଲି ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଏବଂ ତେଲେଙ୍ଗାନା ସୀମାରେ ମାଓବାଦୀ ଏବଂ ପୁଲିସ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଏହି ଗୁଳିବିନିମୟରେ ମାଓ ନେତା ହିଡମାର ମୃତ୍ୟୁ ନେଇ ଗୁଜବ କରିଥିଲା ପୁଲିସ। କିନ୍ତୁ ଆଜି ମାଓ ସଂଗଠନର ଦକ୍ଷିଣ ବସ୍ତର ଡିଭିଜନ କମିଟି ତରଫରୁ ପ୍ରେସ ବିଜ୍ଞପ୍ତିରେ ସଚିବ ଗଙ୍ଗା ସ୍ପଷ୍ଟିକରଣ ଦେଇଛନ୍ତି। ପ୍ରେସ ବିଜ୍ଞପ୍ତରେ ମାଓ ସଚିବ ଗଙ୍ଗା କହିଛନ୍ତି ଯେ ଗତକାଲି ଦିନ ୧୧ଟା ବେଳେ ବସ୍ତର ଡିଭିଜନର ପାମେଡ ଅଂଚଳର ମଡକନଗୁଡା, ମେଟ୍ଟାଗୁଡା, ସାକିଲେର, ବେଟ୍ଟୋତଙ୍ଗ, ମଡପାଦୁଲେଡ, କନ୍ନେମକାର, ପୋଟ୍ଟେମାଙ୍ଗୁମ, ବୋତ୍ତଲଙ୍ଗା ଭଳି ଗ୍ରାମରେ ଏବଂ ଜଂଗଲରେ ତେଲେଙ୍ଗାନା ଏବଂ ଛତିଶଗଡ଼ ପୁଲିସ ଲଗାତାର ହେଲିକେପ୍ଟର ଏବଂ ଡ୍ରୋନ ସାହାଯ୍ୟରେ ବୋମା ବର୍ଷଣ କରିଥିଲେ।