ଶରଧାବାଲିରେ ଲାଗିଲା ତିନି ରଥ

ପୁରୀ: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଦୀର୍ଘ ଦୁଇ ବର୍ଷ ପରେ ପୁଣି ବଡ଼ଦାଣ୍ଡରେ ଭକ୍ତ-ଭଗବାନ ଏକାଠି ହୋଇଛନ୍ତି। ଆଜି ଭକ୍ତ-ଶ୍ରଦ୍ଧାଳୁଙ୍କ ଗହଳରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ଘୋଷଯାତ୍ରା। ସମୟ ପୂର୍ବରୁ ଅନୁଷ୍ଠିତ ହୋଇଛନ୍ତି ଶ୍ରୀଜିଉଙ୍କ ନୀତିକାନ୍ତି। ସଂଧ୍ୟ ସାଢ଼େଛଅଟା ସୁଦ୍ଧା ଶ୍ରୀକ୍ଷେତ୍ରର ପବିତ୍ର ଶରଧାବାଲିରେ ତିନି ରଥ ପହଞ୍ଚି ଯାଇଛି।

ପ୍ରଥମେ ତାଳଧ୍ବଜ ଓ ପରେ ଦର୍ପଦଳନ ଏବଂ ଶେଷରେ କାଳିଆ ସାଆନ୍ତ ନନ୍ଦିଘୋଷ ଚଢ଼ି ଶରଧାବାଲିରେ ପହଞ୍ଚିଛନ୍ତି। ଲକ୍ଷଲକ୍ଷ ଭକ୍ତ-ଶ୍ରଦ୍ଧାଳୁଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବହୁ ମାନ୍ୟଗଣ୍ୟବ୍ୟକ୍ତି ରଥ ଟାଣିଛନ୍ତି।