ଆସନ୍ତା ୪ ତାରିଖରେ ତାଳଚେର ବନ୍ଦ ଡାକରା

ଅନୁଗୋଳ: ଆସନ୍ତାକାଲି ୧୨ ଘଣ୍ଟିଆ ତାଳଚେର ବନ୍ଦ ସହ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧର ଡାକରା ଦେଇଛି ତାଳଚେର ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି । ସରକାର ମେଡିକାଲ କଲେଜ ଚଳାଇବାର ତାରିଖ ଘୋଷଣା ଦାବିରେ ଆନ୍ଦୋଳନକୁ ଓହ୍ଲାଇବ କ୍ରିୟାନୁଷ୍ଠାନ କମିଟି।

ତାଳଚେରରେ ମେଡିକାଲ କଲେଜକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଏବଂ ସରକାର ମେଡିକାଲ ଚଳାଇବାର ତାରିଖ ଘୋଷଣା ଦାବିରେ ୪ ତାରିଖରେ ୧୨ ଘଣ୍ଟିଆ ତାଳଚେର ବନ୍ଦର ଡାକରା ଦେଇଛି ତାଳଚେର ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ।

ଫଳରେ ସକାଳ ୬ ରୁ ସନ୍ଧ୍ୟା ୬ ଦୋକାନ ବଜାର ବନ୍ଦ ରାହିବା ସହ ଗାଡି ଚଳାଚଳ ବନ୍ଦ ରହିବ। ତତ୍ ସହିତ କାଲିଠାରୁ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ କରିବ ବୋଲି ଡାକରା ଦେଇଛି କମିଟି । ଫଳରେ ତାଳଚେରରୁ ରେଳ ଏବଂ ଟ୍ରକ ଯୋଗେ ବାହାରକୁ କୋଇଲା ପରିବହନ ବନ୍ଦ ରହିବ ।