ଦିନ ୨ଟା ୩୦ରେ ଝାରସୁଗୁଡ଼ା ଉତ୍ତପ୍ତ ସହର, ତାପମାତ୍ରା ୪୨ ଡିଗ୍ରି ରେକର୍ଡ

ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟବ୍ୟାପି ତାପମାତ୍ରା ଜାରି ରହିଛି। କ୍ରମାଗତ ତୃତୀୟ ଦିନରେ ରାଜ୍ୟର ତାପମାତ୍ରା ବଢ଼ିଚାଲିଛି। ଆଜି ସକାଳ ୮ଟା ବେଳକୁ ତାପମାତ୍ରା ଆରମ୍ଭ ହୋଇଥିଲା। ବାହାରକୁ ଯିବା ଅସହ୍ୟ ହୋଇପଡ଼ିଥିଲା। ଦିନ ୧୧ଟା ପରେ ରାସ୍ତାରେ ଲୋକଙ୍କର ଯାତାୟତ କମ ରହୁଥିଲା। ପଶ୍ଚିମ ଓଡ଼ିଶାର ସହରଗୁଡ଼ିକରେ ଆଜିର ତାପମାତ୍ରା ଆହୁରି କଷ୍ଟ ଦେଇଛି। ଦିନ ୨ଟା ୩୦ ସୁଦ୍ଧା ରାଜ୍ୟରେ ରେକର୍ଡ ତାପମାତ୍ରା ଅନୁଭୂତ ହୋଇଛି।

ଅନ୍ୟପଟରେ କାଲିଠାରୁ ରାଜ୍ୟରେ ତାପମାତ୍ରାରେ ସାମାନ୍ୟ ପରିବର୍ତ୍ତନ ହେବ ବୋଲି ଆଶଙ୍କା କରାଯାଉଛି। ଆଗାମୀ ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା ରହିଛି। ୧୬ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ୧୭ରେ ଉତ୍ତର ଉପକୂଳ ଓ ୧୮ରେ ପୂରା ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।