ଅର୍ଚ୍ଚନା ନାଗ ମାମଲାରେ ଇଡିକୁ ଜବାବ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଅର୍ଚ୍ଚନା ନାଗ ମାମଲାରେ ଜବାବ ଦାଖଲ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଅର୍ଚ୍ଚନାଙ୍କ ନିୟମିତ ଜାମିନ ଆବେଦନର ପ୍ରାରମ୍ଭିକ ଶୁଣାଣି ହୋଇଥିଲା। ପରବର୍ତ୍ତୀ ଶୁଣାଣି ପୂର୍ବରୁ ମାମଲାରେ ଜବାବ ଦାଖଲ ପାଇଁ ଇଡିକୁ ହାଇକୋର୍ଟ କହିଛନ୍ତି। ଏଥି ସହିତ ପୂର୍ବରୁ ବିଚାରାଧୀନ ଥିବା ଜଗବନ୍ଧୁ ଚାନ୍ଦଙ୍କ ଜାମିନ ଆବେଦନ ସହିତ ଅର୍ଚ୍ଚନାଙ୍କ ମାମଲାର ଜୁନ୍ ୨୬ରେ ଏକତ୍ର ଶୁଣାଣି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ସୂଚନା ‌‌ଯୋଗ୍ୟ ଯେ, ଚଳଚ୍ଚିତ୍ର ‌ପ୍ରଯୋଜକ ଅକ୍ଷୟ କୁମାର ପରିଜାଙ୍କ ଏତଲା ଆଧାରରେ ନୟାପଲ୍ଲୀ ଥାନାରେ ଅର୍ଚ୍ଚନା ଓ ଅନ୍ୟମାନଙ୍କ ବିରୋଧରେ ଏତଲା ରୁଜୁ ହୋଇଥିଲା।