ହଜାରେ କୋଟି ଟଙ୍କାର ଠକେଇ ମାମଲା: ଆଉ ଜଣଙ୍କୁ ଗିରଫ କଲା ଇଓଡବ୍ଲୁ

୧୮ ଫୁଟବଲ ଡଟ୍ କମ ନାମରେ  ହଜାରେ କୋଟି ଟଙ୍କାର ଠକେଇ  ମାମଲାର ପର୍ଦାଫାସ କରିଛି ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) l ଏହି ମାମଲାରେ ଜଣଙ୍କୁ ଗିରଫ  କରାଯାଇଛି। ଏହି ମାମଲାରେ ପୂର୍ବରୁ ୩ ଜଣଙ୍କୁ ଗିରଫ  କରିଥିଲା  ଇଓଡବ୍ଲୁ l ହାକିମ ଆଉ ରୁସ୍ତମ ବୋଲି ଦୁଇ ଇନଭେଷ୍ଟରଙ୍କୁ କୋଲକାତାରୁ ଗିରଫ କରାଯାଇଥିବା  ବେଳେ ରାଜସ୍ଥାନରୁ ଜଣକୁ ଗିରଫ କରାଯାଇଥିଲାl ମାଷ୍ଟର ମାଇଣ୍ଡ ବୋଲାଉଥିବା ଦୁବାଇର ମହମ୍ମଦ ସୈଫ ନାମରେ  ଲୁକ ଆଉଟ  ନୋଟିସ ଜାରି କରିଛି ଇଓଡବ୍ଲୁ l ତେବେ ଗତ  ୧୨ ତାରିଖରେ  ପି.ଦିଲ୍ଲୀପ କୁମାର ବୋଲି ଅନ୍ୟ ଜଣେ ଇନଭେଷ୍ଟରକୁ କେରଳ ତ୍ରିଶୂରରୁ ଗିରଫ କରାଯାଇଥିଲାl ୩୫ ବର୍ଷିୟ ଦିଲ୍ଲୀପ  ବିଜନେସ ମ୍ୟାନେଜମେଣ୍ଟର ଡିପ୍ଲୋମା କରିଛନ୍ତି l ଆଜି ତାକୁ ବ୍ରହ୍ମପୁରରେ କୋର୍ଟ ଚାଲାଣ କରାଯାଇଛି l କେରଳରେ ପ୍ରିୱେଷ୍ଟ ଗ୍ଲୋବାଲ ସଲୁସନ ନାମକ ନିଜର ଏକ ସଂସ୍ଥା  ମଧ୍ୟ  ଚଳାଇଥିଲେ l ତାଙ୍କୁ ୬ଦିନ ରିମାଣ୍ଡରେ ଅଣା  ଯାଇଥିଲା l ଓମନା ଫାଉଣ୍ଡେସନର ଏମଡି ଥିଲେ  ଦିଲ୍ଲୀପ l ଏହି ଟ୍ରଷ୍ଟର ଆକାଉଣ୍ଟରେ ୧୮ଫୁଟବଲ ଡଟ୍ କମରୁ ଆଣିଥିବା  ପଇସା  ଲଗାଉଥିଲେ l ଏଥିରେ ପ୍ରାୟ ୨୦କୋଟି ଟଙ୍କାର ନେଣଦେଣ ହୋଇଛିl ଆଉ ଏକ ଆକାଉଣ୍ଟରେ ଦେଢ଼ କୋଟି ଟଙ୍କା ମଧ୍ୟ  କାରବାର ହୋଇଥିଲା l