ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ‘ଭାରତୀୟ ପାରଂପରିକ କ୍ରୀଡ଼ା ମହୋତ୍ସବ’କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ତରଫରୁ ଆୟୋଜିତ ‘ଭାରତୀୟ ପାରଂପରିକ କ୍ରୀଡ଼ା ମହୋତ୍ସବ’କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଚ୍ଚ ପ୍ରଶଂସା କରିଛନ୍ତି। ନିକଟରେ ଶେଷ ହେଶଇଥିବା ଦୁଇଦିନିଆ ପାରଂପରିକ କ୍ରୀଡ଼ା ମହୋତ୍ସବକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଉଚ୍ଚ ପ୍ରଶଂସା ସୂଚକ ମନ୍ତବ୍ଯ ଲେଖି ନିଜ ଟ୍ୱିଟରରେ ପୋଷ୍ଟ କରିଛନ୍ତି। ନିଜର ଟ୍ୱିଟର ଆକାଉଣ୍ଟରେ ପ୍ରଧାନମନ୍ତ୍ରୀ ବିଶ୍ୱବିଦ୍ଯାଳୟ ପକ୍ଷରୁ ଗ୍ରହଣ କରାଯାଇଥିବା ଅଭିନବ କ୍ରୀଡା ମହୋତ୍ସବକୁ ପ୍ରଶଂସା କରଛନ୍ତି। ସେ କହିଛନ୍ତି, “ଭାରତବର୍ଷର ସମୃଦ୍ଧ କ୍ରୀଡ଼ା ପରଂପରା ଓ ତାହାର ବିବିଧତା ସମ୍ପର୍କରେ ସଚେତନତା ବାର୍ତ୍ତା ପ୍ରସାରଣ ନିମନ୍ତେ ବିଶ୍ୱବିଦ୍ଯାଳୟ ନେଇଥିବା ସାଧୁ ପଦକ୍ଷେପ ଅତ୍ଯନ୍ତ ପ୍ରଶଂସା ଯୋଗ୍ୟ।”