ବାତ୍ୟାରେ ପରିଣତ ହେବ କି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ?

ଆରମ୍ଭ ହୋଇଯାଇଛି ମେ ମାସ । ବିଗତ କିଛି ବର୍ଷ ହେଲା ଏହି ମାସଟିକୁ ଏକ ବାତ୍ୟାମାସ ଭାବେ ଗଣାଯାଉଛି । କାରଣ ଏହି ମାସରେ ବଙ୍ଗୋପସାଗର ଅଶାନ୍ତ ରହିବା ସହ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ଅଧିକ ଥାଏ । ୨୦୧୯ରେ ବଙ୍ଗୋପସାଗରରେ ସୃଷ୍ଟ ଅତି ଭୀଷଣ ବାତ୍ୟା ଫନି ମେ ୩ରେ ଲାଣ୍ଡଫଲ କରିଥିଲା । ତା ପରବର୍ଷ ଅର୍ଥାତ ୨୦୨୦ରେ ବାତ୍ୟା ଅମ୍ଫାନ, ୨୦୨୧ରେ ବାତ୍ୟା ୟାସ୍ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା । ଏଣୁ ମେ ମାସ ଆସିଲେ ଓଡ଼ିଶା ଲୋକମାନଙ୍କ ମନରେ ଛନକା ପଶିଯାଏ । ଏପରିପ୍ରେକ୍ଷୀରେ ଚଳିତ ମାସ ୨ୟ ସପ୍ତାହରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଉପରେ ପାଣିପାଗ ବିଜ୍ଞାନୀଙ୍କ ସତର୍କ ଦୃଷ୍ଟି ରହିଛି ।