ଭୁବନେଶ୍ବର ସମେତ ଦେଶର ୪୯୯ ସହ‌ରରେ ନିଟ୍‌ ପରୀକ୍ଷା ଦେଲେ ୨୦ ଲକ୍ଷ ୮୭ ହଜାର ଛାତ୍ରଛାତ୍ରୀ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ସମେତ ଦେଶର ଅନ୍ୟ ସ୍ଥାନରେ ମଧ୍ୟ ଆଜି ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା (ନିଟ୍) ଅନୁଷ୍ଠିତ ହୋଇଯାଇଛି। ଏହି ପରୀକ୍ଷା ଦିନ ୨ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ୨୦ରେ ଶେଷ ହୋଇଥିଲା।

ଚଳିତବର୍ଷ ଦେଶର ୪୯୯ ସହରରେ ୨୦ଲକ୍ଷ ୮୭ ହଜାର ୪୪୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ଓଡିଶାରୁ ପ୍ରତିବର୍ଷ ୩୦ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥାନ୍ତି। କିନ୍ତୁ ଚଳିତ ବର୍ଷ ଓଡିଶାରୁ ୫୬ ହଜାର ଛାତ୍ରଛାତ୍ରୀ ସେମାନଙ୍କର ନାମ ପଂଜୀକରଣ କରିଥିଲେ। ଭୁବନେଶ୍ୱର ସମେତ ମୋଟ ୨୭ଟି ସହରରେ ପରୀକ୍ଷା କେନ୍ଦ୍ରର ଆୟୋଜିତ ହୋଇଥିଲା। ପରୀକ୍ଷାର୍ଥୀଙ୍କୁ ୨ଘଂଟା ପୂର୍ବରୁ କେନ୍ଦ୍ରରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।