ତାଲା ଭାଙ୍ଗି ମୋବାଇଲ ଦୋକାନରୁ ୨ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଜିନିଷ ଚୋରି

ଏକ ବନ୍ଦ ମୋବାଇଲ ଦୋକାନରେ ତାଲା ଭାଙ୍ଗି ୨ ଲକ୍ଷରୁ ଅଧିକ ଟଙ୍କାର ଜିନିଷ ଚୋରି ମାମଲାରେ ୪ ଜଣ ନାବାଳକଙ୍କୁ କାବୁ କରିଛି ଡାବୁଗାଁ ଥାନା ପୁଲିସ। ନବରଙ୍ଗପୁର ଆରକ୍ଷୀ ଅଧୀକ୍ଷିକା ଏସ.ସୁଶ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ଯେ ଡାବୁଗାଁ ଥାନା ଅନ୍ତର୍ଗତ ଡିଏନକେ ଚାଟିଗୁଡା ଗ୍ରାମରେ ଗତ ୬ ତାରିଖ ରାତିରେ ମୋବାଇଲ ଦୋକାନ ମାଲିକ ଅଭୟ ଦତ୍ତ ସବୁଦିନ ଭଳି ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ସକାଳୁ ତାଙ୍କ ଦୋକାନର କବାଟ ଖୋଲାଯାଇଥିବା ନେଇ ପଡୋଶୀ ଦୋକାନ ମାଲିକ ଖବର ଦେଇଥିଲେ। ଦୋକାନ ମାଲିକ ଅଭୟ ଆସି ଦୋକାନ ଖୋଲିବା ବେଳେ ତାଙ୍କ ଦୋକାନରୁ ୨୦ରୁ ଊର୍ଦ୍ଧ୍ବ ମୋବାଇଲ, ନଗଦ ୨୦ ହଜାର ଟଙ୍କା, ଗୋଟିଏ ଲେମିନେସନ୍ ମେସିନ୍, ଗୋଟିଏ ମୋନିଟର ଓ କିଛି ମୋବାଇଲ ଜିନିଷ ଚୋରି ହୋଇଥିବା ନେଇ ଡାବୁଗାଁ ଥାନାରେ ଗତ ୭ ତାରିଖ ଦିନ ଥାନାରେ ଏତଲା ଦେଇଥିଲେ।