ବଜ୍ରକାପ୍ତା ବିକ୍ରିରେ ଫରେଷ୍ଟର ଲିଙ୍କ
ଜଣେ ଫରେଷ୍ଟର ବଜ୍ରକାପ୍ତା ଡ଼ିଲ ବେଳେ ପଡିଛନ୍ତି ପୋଲିସ ହାବୁଡ଼ରେ
ପୋଲିସ ବଜ୍ରକାପ୍ତାକୁ ଜବତ କରିବା ସହିତ ୬ ଜଣଙ୍କୁ ଗିରଫ କରିଛି
ଉଦଳା 16/05 (ଦର୍ଶନ ) – ବାଡ଼ ଖାଇଲା ଫସଲ…ବଜ୍ରକାପ୍ତା ଡ଼ିଲରେ ଫରେଷ୍ଟର ଲିଙ୍କ..ଜଣେ ଫରେଷ୍ଟର ବଜ୍ରକାପ୍ତା ଡ଼ିଲ ବେଳେ ପଡିଛନ୍ତି ପୋଲିସ ହାବୁଡ଼ରେ..କପ୍ତିପଦା ପୋଲିସ ଚଢ଼ାଉ କରି ବଜ୍ରକାପ୍ତା ବେପାରର ପର୍ଦାଫାଶ କରିଛି…ଆଉ ବଜ୍ରକାପ୍ତା ବେପାରରେ ରହିଛି ବନ ବିଭାଗ ଲିଙ୍କ…ଆଜି ସନ୍ଧ୍ୟାରେ କପ୍ତିପଦା ପୋଲିସ ବଡ଼ଝାଡ଼ ଅଂଚଳରେ ଚଢ଼ାଉ କରିଥିଲା..ସେହି ସମୟରେ ବଜ୍ରକାପ୍ତା ବିକ୍ରି ନିମନ୍ତେ ଡ଼ିଲ ଚାଲିଥିଲା…. ପୋଲିସ ସେହି ସମୟରେ ୬ ଜଣଙ୍କୁ ଅଟକାଇବା ସହିତ ଏକ ବୋରା ଭିତରେ ବଜ୍ରକାପ୍ତା ରହିଥିବା ଜାଣିବାକୁ ପାଇଥିଲା..ପୋଲିସ ଉକ୍ତ ବଜ୍ରକାପ୍ତାକୁ ଜବତ କରିବା ସହିତ ୬ ଜଣଙ୍କୁ ଗିରଫ କରିଛି… ଗିରଫ ୬ ଜଣଙ୍କ ମଧ୍ୟରେ ଜଣେ ଫରେଷ୍ଟର ରହିଛନ୍ତି..ଗିରଫ ଫରେଷ୍ଟର ହେଲେ ଅଯୋଧ୍ୟା ବନାଞ୍ଚଳର ଫରେଷ୍ଟର ରାମ ଚନ୍ଦ୍ର ମାରାଣ୍ଡି… ୫ ଲକ୍ଷ ଟଙ୍କାରେ ବିକ୍ରି ନିମନ୍ତେ ଡ଼ିଲ ଚାଲିଥିବା ବେଳେ ପୋଲିସ ଏହି ଚଢ଼ାଉ କରିଥିଲା..ତେବେ ବୋରା ମଧ୍ୟରେ ବଜ୍ରକାପ୍ତାର ସମ୍ପୂର୍ଣ୍ଣ ଖୋଳପା ରହିଥିବା ବେଳେ ବଜ୍ରକାପ୍ତାର ମାଂସ ନାହିଁ..ଜବତ ଖୋଳପାରୁ ବଜ୍ରକାପ୍ତାଟି ୩ ରୁ ଚାରି ବର୍ଷର ହୋଇଥିବା ବେଳେ ଜବତ ଖୋଳପାର ଓଜନ ୨ କିଲୋ ୧୩୫ ଗ୍ରାମ ହେବ…ପୋଲିସ ଏହି ଘଟଣାକୁ କପ୍ତିପଦା ବନାଞ୍ଚଳକୁ ହସ୍ତାନ୍ତର କରିଛି..ଏହି ବଜ୍ରକାପ୍ତା କେଉଁଠୁ ଆସିଲା ଏବଂ ଗିରଫ ଫରେଷ୍ଟର ନା ଅନ୍ୟ କେଉଁ ବନ କର୍ମଚାରୀ ଏହି ଘଟଣାରେ ଜଡିତ ତାହାର ଖୋଳତାଡ଼ କରୁଛି ପୋଲିସ….ଏହି ଚଢ଼ାଉରେ ପୋଲିସ ୨ ଗୋଟି ବାଇକ ଏବଂ ଗୋଟିଏ ସ୍କୁଟି ଜବତ କରିଛି…ଏହା ସହିତ ଏହି ବଜ୍ରକାପ୍ତା କୁ ଶିକାର କିଏ କରିଛି ତାହାର ଖୋଳତାଡ଼ କରୁଛି ପୋଲିସ…ପୋଲିସ ସମ୍ପୃକ୍ତ ଫରେଷ୍ଟରଙ୍କ ଆଇ କାର୍ଡ ଜବତ କରିବା ସହିତ ୬ ଗୋଟି ମୋବାଇଲ ମଧ୍ୟ ଜବତ ହୋଇଛି।