ଭୁବନେଶ୍ବର : ଚଳିତବର୍ଷର ମାଧ୍ୟମିକ ଶିକ୍ଷା ପରିଷଦ ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇଛି। ଏଥର ମାଟ୍ରିକ ପାସ୍ ହାର ୯୬.୪୦ ପ୍ରତିଶତ ରହିଛି। ଗ୍ରେଡେସନ୍ ଅନୁଯାୟୀ A1ରେ ୪,୧୫୮, A2ରେ ୨୯,୮୩୮ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ଏବଂ B1ରେ ୭୭,୫୬୭, B2ରେ ୧,୧୮,୭୫୦ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଏହା ବ୍ୟତୀତ ଏଥର ମଧ୍ୟ ପରୀକ୍ଷାରେ ଝିଅମାନେ ଆଗରେ ରହିଛନ୍ତି। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ହାର ଅଧିକ ରହିଛି। ଛାତ୍ରୀଙ୍କ ପାସ୍ହାର ୯୭.୦୫% ଥିବାବେଳେ ଛାତ୍ରଙ୍କ ପାସହାର ୯୫.୭୫% ରହିଛି।