ରଥଯାତ୍ରା ପାଇଁ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା

ରଥଯାତ୍ରା ପାଇଁ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି

୧୯ ତାରିଖ ମଧ୍ୟରାତ୍ରୀରୁ ଲାଗୁ ହେବ ସ୍ୱତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ

ପୁରୀ: ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ରଥଯାତ୍ରା ପାଇଁ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି । ରଥଯାତ୍ରାରେ ଟ୍ରାଫିକ ପରିଚାଳନା ନେଇ ଏଡିଜି ଅମିତାଭ ଠାକୁର ସୂଚନା ଦେଇଛନ୍ତି । ଅମିତାଭ କହିଛନ୍ତି ଯେ, ଆସନ୍ତା ୨୦ ତାରିଖରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ନେଇ ସ୍ୱତନ୍ତ୍ର ଟ୍ରାଫିକ ପରିଚାଳନା କରାଯାଇଛି । ଏ ନେଇ ସ୍ୱତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍ ୧୯ ତାରିଖ ମଧ୍ୟରାତ୍ରରୁ ଲାଗୁ ହେବ । ଟ୍ରାଫିକ ନିୟନ୍ତ୍ରଣକୁ ୩ ଭାଗରେ ବିଭକ୍ତ କରାଯାଇ ସହରକୁ ୧୪ଟି ଜୋନ ଓ ୨୯ଟି ସେକ୍ଟରରେ ବିଭକ୍ତ କରାଯାଇଛି । ବୟସ୍କ ଓ ଭିନ୍ନକ୍ଷମଙ୍କ ପାଇଁ ମାଗଣା ଗାଡି ତଥା ଇ-ଯାନ ବ୍ୟବସ୍ଥା କରାଯାଇଛି । ଆମ୍ବୁଲାନ୍ସ ପାଇଁ ଗ୍ରୀନ-କରିଡର ବ୍ୟବସ୍ଥା ହେବ । ୨୪ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯିବା ସହ ମାଳତୀପାଟପୁରରେ ପାର୍କିଂ ହେବ ଟୁରିଷ୍ଟ ବସ । ସେହିପରି ଭକ୍ତଙ୍କ ପାଇଁ ବିଭିନ୍ନ ସ୍ଥାନରେ ପିଇବା ପାଣିର ବ୍ୟବସ୍ଥା କରାଯିବା ସହ ୧୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବ ଏବଂ ୨୪ ଘଂଟିଆ ହେଲ୍ପ ଲାଇନ ନମ୍ବର ଜାରି ହୋଇଛି ।