ବାଘ ବଦଳରେ ଗିବନ୍, କୁମ୍ଭୀର ବଦଳରେ ଜଙ୍ଗଲୀ ବିଲେଇ ଆଣିବ ନନ୍ଦନକାନନ

ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ନୂଆ ପଶୁ ଆସିବେ

ଇଚାନଗର ଚିଡ଼ିଆଖାନା ସହିତ ଅଦଳବଦଳ ପ୍ରକ୍ରିୟା

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ନୂଆ ପଶୁ ଆସିବେ। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବାଘ ବଦଳରେ ଗିବନ୍ ଓ କୁମ୍ଭୀର ବଦଳରେ ଜଙ୍ଗଲୀ ବିଲେଇ ଆଣିବ। ନନ୍ଦନକାନନ ୨ଟି ଗିବନ୍ ଓ ୨ଟି ଜଙ୍ଗଲୀ ବିଲେଇ ଆଣିବ ବୋଲି ସୂଚନା ମିଳିଛି।
ନନ୍ଦନକାନନରୁ ୬ ଜଣିଆ ଟିମ୍ ଯାଇ ଅରୁଣାଚଳ ପ୍ରଦେଶର ଇଚାନଗର ଚିଡ଼ିଆଖାନାରୁ ୨ଟି ବାଘ ଓ ୨ଟି ଜଙ୍ଗଲୀ ବିଲେଇ ଆଣିବେ। ଏହା ବଦଳରେ ଇଚାନଗର ଚିଡ଼ିଆଖାନାକୁ ବାଘ ରକି ଓ ବାଘୁଣୀ ସୋହିନୀ ଓ ୩ଟି ଘଣ୍ଟି ଆକାରର କୁମ୍ଭୀର ଦିଆଯିବ। କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କ ଅନୁମୋଦନ ପାଇବା ପରେ ଇଟାନଗରରୁ ଏକ ଟିମ୍ ନନ୍ଦନକାନନ ଆସିଛନ୍ତି।