ବାଲେଶ୍ୱରରେ ଧକ୍କା ହେଲା ଭୁବନେଶ୍ୱର-କୋଲକାତା ବସ୍

ବାଲେଶ୍ୱରର ଜଳେଶ୍ୱର ସ୍ଥିତ ଶାନ୍ତିଆ ବାଇପାସ ନିକଟ ଜାତୀୟ ରାଜପଥରେ ଏକ ଭୁବନେଶ୍ବର-କୋଲକାତା ବସକୁ ଧକ୍କା ଦେଇଛି ଏକ ଟ୍ରକ

ଦୁର୍ଘଟଣାରେ ୮ ଗୁରୁତର ଆହତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ସ୍ଥିତ ଶାନ୍ତିଆ ବାଇପାସ ନିକଟ ଜାତୀୟ ରାଜପଥରେ ଶୁକ୍ରବାର ସକାଳେ ଏକ ଭୁବନେଶ୍ବର-କୋଲକାତା ବସକୁ ଧକ୍କା ଦେଇଛି ଏକ ଟ୍ରକ। ବସ ଦୁର୍ଘଟଣାରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ରାତି ପ୍ରାୟ ୨ଟା ୪୫ ରେ ବସଟି ଭୁବନେଶ୍ୱରରୁ କୋଲକାତା ଅଭିମୁଖେ ଯାଉଥିବା ବେଳେ ବିପରୀତ ପାର୍ଶ୍ବରେ ଆସୁଥିବା ଏକ ଟ୍ରକ ସ୍ପିଡରେ ଆସି ବସକୁ ଧକ୍କା ଦେଇଥିଲା। ଯାହାଫଳରେ ବସଟି ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି।ଆହତମାନଙ୍କୁ ଜଳେଶ୍ୱର ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।