ଆଇଟି ଓ କୋଡିଂ ଶିଖିବେ ରାଜ୍ୟ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲ ଛାତ୍ରଛାତ୍ରୀ

ଓଡ଼ିଶାର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲର ଛାତ୍ରଛାତ୍ରୀମାନେ ଖୁବଶୀଘ୍ର 'କୌଶାଳୀ' ସ୍କୁଲ କ୍ଲବ ଜରିଆରେ ସୂଚନା ପ୍ରଯୁକ୍ତି ବିଦ୍ୟା (ଆଇଟି) ଓ କୋଡିଂ ଶିଖିବେ

କୌଶଳୀ ସ୍କୁଲ କ୍ଲବ ଜରିଆରେ ଶିଖିବେ ଆଇଟି, କୋଡିଂ

ଭୁବନେଶ୍ୱର: ଓଡ଼ିଶାର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲର ଛାତ୍ରଛାତ୍ରୀମାନେ ଖୁବଶୀଘ୍ର ‘କୌଶଳୀ’ ସ୍କୁଲ କ୍ଲବ ଜରିଆରେ ସୂଚନା ପ୍ରଯୁକ୍ତି ବିଦ୍ୟା (ଆଇଟି) ଓ କୋଡିଂ ଶିଖିବେ। ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେଉଥିବା ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣ ରାଜ୍ୟସ୍ତରରେ ଆରମ୍ଭ ହୋଇଛି। ୟୁନିଟ୍ ୭ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ୟୁନିଟ୍ ୮ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ସୟଦ ମମତାଜ ଅଲ୍ଲୀ ହାଇସ୍କୁଲରେ ଗୁରୁବାରଠାରୁ ୩ ଦିନିଆ ମାଷ୍ଟର ଟ୍ରେନର ପ୍ରଶିକ୍ଷଣ ଚାଲିଛି।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବ୍ଲକସ୍ତରରୁ ୮୯ ଜଣ ବିଜ୍ଞାନ ଶିକ୍ଷକ ଅଂଶଗ୍ରହଣ କରିଛନ୍ତି। ଆଇଟି ବିଶେଷଜ୍ଞମାନେ ପ୍ରଶିକ୍ଷଣର୍ଥୀମାନଙ୍କୁ ତାଲିମ ଦେଉଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ‘ମୋ ସ୍କୁଲ’ ପକ୍ଷରୁ ଏହି କାର୍ଯ୍ୟକ୍ରମ ପରିଚାଳିତ ହେଉଛି। ସୂଚନା ପ୍ରଯୁକ୍ତି ବିଦ୍ୟା ଓ କୋଡିଂ ଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଆଧାର କରି ଶିକ୍ଷା ବିଭାଗ ଏଭଳି ନୂଆ ପାଠ୍ୟକ୍ରମକୁ ବିଶେଷ ଗୁରୁତ୍ୱ ଦେଉଛି।