ଫ୍ରାନ୍ସ ବାଷ୍ଟିଲ ଡେ ପ୍ୟାରେଡରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଲେ ନରେନ୍ଦ୍ର ମୋଦି

ଫ୍ରାନ୍ସର ଜାତୀୟ ଦିବସ ବାଷ୍ଟିଲ ଡେ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି

ପ୍ୟାରେଡରେ ଭାଗ ନେଲେ ଭାରତୀୟ ସେନା

ଫ୍ରାନ୍ସ: ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଫ୍ରାନ୍ସର ଜାତୀୟ ଦିବସ ବାଷ୍ଟିଲ ଡେ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରେଡ୍ କାର୍ପେଟ୍ ସ୍ୱାଗତ କରିଛନ୍ତି। ଏହି ଗସ୍ତ ସମୟରେ ଅତ୍ୟାଧୁନିକ ବିମାନର ଆଉ ୨୬ଟି ସାମୁଦ୍ରିକ ସଂସ୍କରଣ କିଣିବା ସହ ୩ଟି ସ୍କର୍ପିନ୍ ଶ୍ରେଣୀର ବୁଡ଼ାଜାହାଜ କିଣିବା ପାଇଁ ଚୁକ୍ତି ସ୍ୱାକ୍ଷରିତ ହେବ।

ଏହି ପରେଡରେ ୨୬୯ ଜଣିଆ ଭାରତୀୟ ତ୍ରିସେନା ଦଳ ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ଭାରତୀୟ ବାୟୁସେନାର ୩ଟି ରାଫେଲ ଲଢୁଆ ବିମାନ ଫ୍ରାନ୍ସ ବିମାନ ସହ ଫ୍ଲାଇପାଷ୍ଟରେ ସାମିଲ ହୋଇଛନ୍ତି। ୧୭୮୯ ମସିହାରେ ଫ୍ରାନ୍ସ ବିପ୍ଳବ ସମୟରେ ବାଷ୍ଟିଲ ଜେଲରେ ଝଡ଼ ତୋଫାନକୁ ମନେ ପକାଇ ଫ୍ରାନ୍ସ ଜାତୀୟ ଦିବସ ବା ବାଷ୍ଟିଲ ଦିବସ ଫ୍ରାନ୍ସ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥାଏ । ବାଷ୍ଟିଲ ଡେ ପରେଡ୍ ହେଉଛି ଉତ୍ସବର ମୁଖ୍ୟ ଆକର୍ଷଣ।