ଖୋଲା ଡ୍ରେନ୍ ନେଲା ଆଉ ଏକ ଜୀବନ

କଟକରେ ଏକ ଖୋଲା ଡ୍ରେନରେ ଜଣେ ସଫେଇ କର୍ମଚାରୀଙ୍କ ମୃତ୍ୟୁ ହୋଇଛି।

ମୃତକ ହେଉଛନ୍ତି ବକ୍ସିବଜାରର ପି. ନରସିଂହ

କଟକ: କଟକରେ ଥିବା ଖୋଲା ଡ୍ରେନ୍ ଗୋଟେ ପରେ ଗୋଟେ ଜୀବନ ନେବାରେ ଲାଗିଛି। ଖୋଲା ଡ୍ରେନରେ ବାରମ୍ବାର ମୂଲ୍ୟବାନ ଜୀବନ ଯାଉଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ଯାଉନାହିଁ। ଏଥର ସହରର ବକ୍ସି ବଜାର ନିକଟ ବଡ଼ପଥର ଅଞ୍ଚଳରେ ଏକ ଖୋଲା ଡ୍ରେନରେ ପଡ଼ି ଜଣେ ସଫେଇ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ନାମ ପି.ନରସିଂହ ବୋଲି ଜଣାପଡ଼ିଛି।

ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଜାଇକାର କିଛି ବରିଷ୍ଠ କର୍ମଚାରୀ ନରସିଂହଙ୍କୁ କିଛି କାମ ପାଇଁ ଡାକିଥିଲେ। ତେଣୁ ବକ୍ସ ଡ୍ରେନ୍ ପ୍ରକଳ୍ପରେ କାମ କରୁଥିବା ବେଳେ ଏହି ସଫେଇ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।