ବଢୁଛି କରୋନା ଫେରୁଛି କଟକଣା, ସମ୍ବଲପୁରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ସମ୍ବଲପୁର: ଭୁବନେଶ୍ବର ପରେ ଏଣିକି ସମ୍ବଲପୁର ମହାନଗର ନିଗମ ଅଂଚଳରେ ମାସ୍କ ବାଧ୍ୟତାମୂଳକ। ନିର୍ଦ୍ଦେଶନାମା ଜାରି କରିଛି ସମ୍ବଲପୁର ମହାନଗର ନିଗମ । ସମ୍ବଲପୁର ମହାନଗର ନିଗମ ଅଂଚଳରେ ରହୁଥିବା ଓ ଏଠାକୁ ଆସୁଥିବା ଲୋକେ ମାସ୍କ ପିନ୍ଧିବାକୁ ଗାଇଡଲାଇନ ଜାରି ହେବା ସହ ଏଥିରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦେଶନାମା ଜାରି ହୋଇଛି ।

ସେହିପରି ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକରେ ମଧ୍ୟ କୋଭିଡ ଗାଇଡଲାଇନକୁ କଡାକଡି କରିବା ପାଇଁ କୁହାଯାଇଛି । ଅତିକମରେ ୬ ଫୁଟ ଦୂରତା ଓ ଭିଡ ବଢିଲେ ହୋଟେଲ, ରେଷ୍ଟୁରାଣ୍ଟରେ ପାର୍ସଲ ବ୍ୟବସ୍ଥା ଆପଣେଇବାକୁ କୁହାଯାଇଛି ।