ଏନଏଚ୍ ପ୍ରକଳ୍ପର ଶିଳାନ୍ୟାସ କଲେ ଅମିତ ଶାହା

ଶନିବାର ଦୁଇଟି ପୃଥକ୍ ସ୍ଥାନରେ ଦୁଇଟି ନବଜାତକ ଶିଶୁଙ୍କୁ ବିକ୍ରି କରିଥିବା ଘଟଣା ସାମନାକୁ ଆସିଛି ।

ମୁଖ୍ୟମନ୍ତ୍ରୀଙ୍କ ସହ ଧର୍ମେନ୍ଦ୍ର ପ୍ରଧାନ ସାମିଲ

ଭୁବନେଶ୍ୱର: ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଜାତୀୟ ରାଜପଥ ପ୍ରାଧୀକରଣ (ଏନଏଚଆଇ)ର ବିଭିନ୍ନ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ୫୩ ନମ୍ବର ଜାତୀୟ ରାଜପଥର କାମାକ୍ଷାନଗର-ଡୁବୁରି ସେକ୍ସନକୁ ଇପିସି ମୋଡରେ ୪ ଲେନର ଉଦଘାଟନ କରାଯାଇଥିଲା । କଳାହାଣ୍ଡି ଜିଲ୍ଲାର ଲାଡୁଗାଁ ରୋଡ୍ ଦେଇ ମୋଟର ଟୁ ବ୍ୟାନରର ପ୍ରଶସ୍ତୀକରଣ ଓ ସୁଦୃଢୀକରଣ ପାଇଁ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଉପସ୍ଥିତ ଥିଲେ ।