ରାଜଧାନୀରେ ଆଜିଠୁ ଆରମ୍ଭ ହେବ ବୁଷ୍ଟର ଡୋଜ୍‌

ଭୁବନେଶ୍ୱର:ଆଜିଠୁ ଆରମ୍ଭ ହେବ ବୁଷ୍ଟର ଡୋଜ। ୧୮ରୁ ୬୦ ବର୍ଷ ବର୍ଗ ଲୋକଙ୍କୁ ଦିଆଯିବ ଟିକା। ୟୁନିଟ-୪ ସହାରଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଏମ୍‌ସି କମିଶନର ଏହି ଟିକାକରଣର ଶୁଭାରମ୍ଭ କରିବେ। ସହରରେ ମୋଟ ୧୨ଟି ହସ୍ପିଟାଲରେ ଟିକାକରଣ ବ୍ୟବସ୍ଥା କରାଯାଇଛି।

ରାଜଧାନୀରେ କୋଭିଡ ସଂକ୍ରମଣ ହୁ ହୁ ହୋଇ ବଢୁଛି । ଏହାକୁ ଦୃଷ୍ଟିରେ ରଖି ବୁଷ୍ଟର ଡୋଜ ଦେବାକୁ ନିଷ୍ପତ୍ତି ହୋଇଛି । ରାଜଧାନୀର କ୍ୟାପିଟାଲ ହସ୍ପିଟାଲ, ବିଏମ୍‌ସି ହସ୍ପିଟାଲ, ୟୁନିଟ-୪, ପଟିଆ, ଡୁମଡୁମା, ୟୁନିଟ-୮, ଆଇଆରସି ଭିଲେଜ, ଘାଟିକିଆ, ଏମ୍‌ଏସ୍‌, ସହିଦନଗର, ସାମାନ୍ତରାୟପୁର ଏବଂ କଳ୍ପନା ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକାକରଣ କରାଯିବ ।

ଟିକାଦାନ ସକାଳ ୧୦ଟାରୁ ଆରମ୍ଭ ହୋଇ ଦିନ ୧ଟା ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ତେଣୁ ଯେଉଁମାନେ ବୁଷ୍ଟର ଡୋଜ ନେବାକୁ ଇଚ୍ଛୁକ ସେମାନେ ନେଇପାରିବେ ବୋଲି ବିଏମ୍‌ସି ସୂଚନା ଦେଇଛି । ଏହି ଉଦ୍‌ଘାଟନି କାର୍ଯ୍ୟକ୍ରମରେ ଜନସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଅଜିତ ମହାନ୍ତି, ନିର୍ଦ୍ଦେଶକ ବିଜୟ ମହାପାତ୍ର ଯୋଗଦେବେ ।