ଡିଜିଟାଲ୍‌ ମିଡିଆକୁ ନିୟନ୍ତ୍ରଣକୁ ଆଣିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦିନକୁ ଦିନ ଡିଜିଟାଲ୍‌ ମିଡିଆର ପ୍ରଭାବ ବୃଦ୍ଧି ପାଇବାରେ ଲାଗିଛି । ଛୋଟ ଛୋଟ ଚ୍ୟାନେଲ୍‌ ଖୋଲି ବିଭିନ୍ନ ପ୍ରକାରର ଅନୈତିକ କାର୍ଯ୍ୟ ମଧ୍ୟ କରାଯାଉଛି । ଏହା ଉପରେ ଲଗାମ୍‌ ଲଗାଇବା ପାଇଁ ଏବେ ସରକାର ପ୍ରୟାସ କରୁଥିବା ଜଣାପଡ଼ିଛି । ଖୁବ୍‌ ଶୀଘ୍ର ଏଥିପାଇଁ ଆଇନ୍‌ ପ୍ରଣୟନ କରିବାକୁ ଯୋଜନା କରୁଛନ୍ତି ସରକାର ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ର ସରକାର ରେଜିଷ୍ଟ୍ରେସନ୍‌ ଅଫ୍‌ ପ୍ରେସ୍‌ ଏବଂ ପିରିଓଡିକାଲ୍‌ ବିଲ୍‌ ଅଧିନରେ ଡିଜିଟାଲ୍‌ ମିଡିଆକୁ ନିୟନ୍ତ୍ରଣକୁ ଆଣିବା ସହ ଆଇନ୍‌ ବିରୋଧୀ କାର୍ଯ୍ୟ କଲେ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ରଖିବାକୁ ଯାଉଛନ୍ତି । ଯଦି ଏହି ଆଇନ୍‌ ସଂସଦରେ ସ୍ୱୀକୃତି ପାଏ ତେବେ ଏହା ପ୍ରେସ୍‌ ଏବଂ ରେଜିଷ୍ଟ୍ରେସନ୍‌ ବୁକ୍ସ ଆକ୍ଟ ୧୮୬୭ ବଦଳରେ କାର୍ଯ୍ୟକାରୀ ହେବ । ଯାହାକି ନ୍ୟୁଜ୍‌ ପେପର୍‌ ଏବଂ ପ୍ରିଣ୍ଟିଂ ପ୍ରେସ୍‌କୁ ନିୟନ୍ତ୍ରଣ କରିଥାଏ । ଆସନ୍ତା ସପ୍ତାହରେ ଆରମ୍ଭ ହେବାକୁ ଥିବା ସଂସଦ ଅଧିବେସନରେ ଏନେଇ ପ୍ରସ୍ତାବ ଆଗତ ହେବ ବୋଲି ଜଣାପଡ଼ିଛି ।