୧୮ରୁ ଖୋଲିବ ହୀରାକୁଦ ଜଳଭଣ୍ଡା, ଆଲର୍ଟରେ ୧୨ ଜିଲ୍ଲାର ଜିଲ୍ଲାପାଳ

ସମ୍ବଲପୁର: ଆସନ୍ତା ୧୮ ତାରିଖରେ ଖୋଲିବ ହୀରାକୁଦ ଜଳଭଣ୍ଡାର। ୧୮ ତାରିଖରେ ଦିନ ୧୧ଟାରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ । ଏନେଇ ଆଜି ନିର୍ଦ୍ଦେଶନାମା ଜଳଭଣ୍ଡାର କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି।

ଏନେଇ ଆଜି ସମ୍ବଲପୁର ସମେତ ତଳ ମୁଣ୍ଡର ୧୨ଟି ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ସତର୍କ ସୂଚନା ଜାରି କରିଛନ୍ତି ଡ୍ୟାମ କର୍ତ୍ତୃପକ୍ଷ। ଏନେଇ ଶାଖା ନଦୀ ଫୁଲି ଉଠିବାର ସମ୍ଭାବନା ଥିବାରୁ ନଦୀକୁ ଯିବାକୁ ବାରଣ କରାଯାଇଛି।

ସୂଚନା ମୁତାବିକ, ଶୁକ୍ରବର ଏବର୍ଷ ପ୍ରଥମ କରି ଇନଫ୍ଲୋ ୨ ଲକ୍ଷ କ୍ୟୁସେକ୍‌ ଅତିକ୍ରମ କରିଛି । ଶୁକ୍ରବାର ରାତି ସନ୍ଧ୍ୟା ୬ଟା ସୁଦ୍ଧା ଜଳଭଣ୍ଡାରକୁ ୨ ଲକ୍ଷ ୧୩ ହଜାର୭୭୯ କ୍ୟୁସେକ୍‌ ଜଳ ପ୍ରବେଶ କରିଛି ।