୧୦୦ ୟୁନିଟ୍‌ ପର୍ଯ୍ୟନ୍ତ ଗ୍ରହକଙ୍କୁ ମିଳିବ ମାଗଣା ବିଦ୍ୟୁତ, ଜାଣନ୍ତୁ କେଉଁଠି…

ରାଞ୍ଚି: ଝାଡଖଣ୍ଡ ହେମନ୍ତ ସୋରେନ ସରକାର ଶନିବାର ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ବିଦ୍ୟୁତ ଉପଭୋକ୍ତାଙ୍କୁ ପ୍ରତିମାସରେ ୧୦୦ ୟୁନିଟ୍‌ ପର୍ଯ୍ୟନ୍ତ ବିଦ୍ୟୁତ ନିଶୁଳ୍କ ଦେବା ଲାଗି ସରକାରଙ୍କ ପ୍ରସ୍ତାବକୁ କ୍ୟାବିନେଟ୍ ର ମଞ୍ଜୁରୀ ମିଳିଛି। ଅର୍ଥାତ ଯେଉଁ ଉପଭୋକ୍ତା ମାସିକ ୧୦୦ ୟୁନିଟ୍‌ରୁ କମ ବିଦ୍ୟୁତ ଖର୍ଚ୍ଚ କରୁଥିବେ ସେମାନଙ୍କୁ ଏବେ ଆଦୌ ଶୁଳ୍କ ଦେବାକୁ ପଡିବ ନାହିଁ। ନିଷ୍ପତ୍ତି ଅନୁସାରେ ୧୦୦ରୁ ଅଧିକ ଓ ୪୦୦ ୟୁନିଟ୍‌ ପର୍ଯ୍ୟନ୍ତ ବିଦ୍ୟୁତ ଖର୍ଚ୍ଚ କରୁଥିବା ଗ୍ରାହକଙ୍କୁ ସବସିଡି ପ୍ରଦାନ କରାଯିବ।

ତେବେ ମାସିକ ଯେଉଁ ଉପଭୋକ୍ତା ୪୦୦ ୟୁନିଟ୍‌ରୁ ଅଧିକ ବିଦ୍ୟୁତ ଖର୍ଚ୍ଚ କରୁଛନ୍ତି ସେମାନଙ୍କୁ ପ୍ରତି ୟୁନିଟ୍ ୬ଟଙ୍କା ୭୫ ପଇସା ହିସାବରେ ବିଲ ପୈଠ କରିବାକୁ ହେବ। ରାଜ୍ୟରେ ମାସିକ ୧୦୦ ୟୁନିଟରୁ କମ୍ ବିଦ୍ୟୁତ ଖର୍ଚ୍ଚ କରୁଥିବା ଉପଭୋକ୍ତାଙ୍କ ସଂଖ୍ୟା ପ୍ରାୟ ୩୨ ଲକ୍ଷରୁ ଅଧିକ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ଗ୍ରାମୀଣ ଉପଭୋକ୍ତାଙ୍କ ସଂଖ୍ୟା କେବଳ ୨୭ ଲକ୍ଷ। ଏଣୁ  ବିଦ୍ୟୁତ ଉପଭୋକ୍ତାଙ୍କ ଏକ ବଡ ଅଂଶ ସରକାରଙ୍କ ନିଷ୍ପତ୍ତି ଯୋଗୁ ଲାଭବାନ ହେବେ ବୋଲି କୁହାଯାଇଛି।