ତାଳପତ୍ର ଜରିପାଲ ତଳର ଜୀବନ

ବୌଦ୍ଧର ସାହୁପଡା ଗ୍ରାମର ବାଳି ବେହେରା ଆବାସ ଯୋଜନାରେ ଘର ନପାଇ ଜରିପାଲ ତଳେ ରହୁଛନ୍ତି

ଆବାସ ନପାଇ ହନ୍ତସନ୍ତ

ବୌଦ୍ଧ ,ତା୧୯-୦୮ (ସ୍ୱ.ପ୍ର.) ବୌଦ୍ଧ ସଦର ବ୍ଳକ ଅନ୍ତର୍ଗତ ଅଁଳାପାଲି ପଞ୍ଚାୟତର ସାହୁପଡା ଗ୍ରାମର ବାଳି ବେହେରା । ୬ପ୍ରାଣୀ କୁଟୁମ୍ବ। ଦିନ ମଜୁରୀଆ ଭାବେ କୁଟୁମ୍ବ ପୋଷିବାର ଚେଷ୍ଟା ।ମନରେ ଆଶା ବାନ୍ଧେ ଆବାସ ଯୋଜନାରେ ଘର ଖଣ୍ଡ ପାଇବ । ଛାତ ତଳେ ରହିବାର ସ୍ୱପ୍ନ । କିନ୍ତୁ ତାକୁ ଆବାସ ଯୋଜନାରେ ଘର ଖଣ୍ଡେ କିଏ ଦେବ କାହିଁକି ବା ଦେଵ । ଏସଂପର୍କରେ ବହୁବାର ଵିଡିଓ ଙ୍କୁ ଜଣାଇଥିଲେ ମଧ୍ୟ ଘର ପାଇବାରୁ ବଞ୍ଚିତ ହୋଇଛି ।ଘର ପାଇବାର ରହସ୍ୟକୁ ବୋଧହୁଏ ଵାଳି ବେହେରା ଭେଦ କରିପାରିନାହିଁ ।ଏଣୁ ଘର ପାଇବାରୁ ବଞ୍ଚିତ। ଜିଲ୍ଲାପାଳ,,୫-ଟି ସଚିବ ଵୁଝିଵେକି ବାଳି ବେହେରା ର ଦୁଃଖ ।