ଭାର୍ଗବୀ ନଦୀ କୂଳରୁ ଠାବ ଐତିହ୍ୟ ସ୍ମାରକୀ

ସତ୍ୟବାଦୀ ବ୍ଲକର ଭାର୍ଗବୀ ନଦୀ କୂଳରୁ ଏକ ପ୍ରାଚୀନ ମନ୍ଦିରର ଭଗ୍ନାବଶେଷ ମିଳିଛି ।

୧୫ଶ ଶତାବ୍ଦୀର ମନ୍ଦିର ଭଗ୍ନାବଶେଷ ପାଇଲେ ଗବେଷକ

ଭୁବନେଶ୍ୱର: ଓଡିଶାର ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଲକର ଆନନ୍ଦପୁର ଗ୍ରାମ ନିକଟ ଭାର୍ଗବୀ ନଦୀ କୂଳରୁ ମିଳିଛି ଏକ ପ୍ରାଚୀନ ମନ୍ଦିରର ଭଗ୍ନାବଶେଷ । ଏହା ପ୍ରାୟ ୧୫ଶ ଶତାବ୍ଦୀର ସୋମବଂଶୀ ରାଜାଙ୍କ କାଳରେ ନିର୍ମିତ ମନ୍ଦିରର ଭଗ୍ନାବଶେଷ ବୋଲି ପଥର ଖଣ୍ଡରେ ଖୋଦିତ ଶିଳାଲେଖାରୁ ଗବେଷକ ମାନେ ଅନୁମାନ କରିଛନ୍ତି । ଐତିହ୍ୟ ଗବେଷଣା ସଂଗଠନ ଇଣ୍ଡିଆନ ନ୍ୟାସନାଲ ଟ୍ରଷ୍ଟ ଫର ଆର୍ଟ ଆଣ୍ଡ କଲଚରାଲ ହେରିଟେଜ ପକ୍ଷରୁ ଏହି ଐତିହ୍ୟ ସ୍ମାରକୀର ଅନୁସନ୍ଧାନ କରାଯାଇଛି । ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ, ସେ ତାଙ୍କ ପୂର୍ବପୁରୁଷରୁ ଶୁଣିବାକୁ ପାଇଥିଲେ ଯେ ପୂର୍ବରୁ ଶାସନବାରୀ ମାନକ ସ୍ଥାନରେ ଏକ ଗୋପୀନାଥ ମନ୍ଦିର ଥିଲା । ସମ୍ଭବତଃ ଭାର୍ଗବୀ ନଦୀରେ ବନ୍ୟା ଆସିବା ପରେ ପ୍ରାଚୀନ ମନ୍ଦିର ନଦୀ ପାଣିରେ ଭାସି ଯାଇଥିଲା । ବୋଧ ହୁଏ ସେହି ମନ୍ଦିରର ପୁରୁଣା ଶିଳାଲେଖ ନଦୀର ଆଖପାଖ ଅଂଚଳରୁ ମିଳିଛି । ତେବେ ଭାର୍ଗବୀ ନଦୀ କୂଳରୁ ପୂର୍ବରୁ ମଧ୍ୟ ଅନେକ ପ୍ରାଚୀନ ଐତିହ୍ୟ ଭଗ୍ନାବଶେଷ ମିଳିଛି ।