ପାଣ୍ଡିଆନଙ୍କୁ କାଳିମାଡ!

ଆଜି ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ପୁରୀ ଗସ୍ତ ସମୟରେ ତାଙ୍କ ଉପରକୁ କାଳି ମାଡ ହୋଇଛି।

ଧରା ପଡିଲେ କାଳି ମାଡ କରିଥିବା ବ୍ୟକ୍ତି

ପୁରୀ: ଆଜି ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ପୁରୀ ଗସ୍ତ ସମୟରେ ତାଙ୍କ ଉପରକୁ କାଳି ମାଡ ହୋଇଛି। ପାଣ୍ଡିଆନ ସତ୍ୟବାଦୀ ୟୁଜିଏସ କଲେଜର ଏକ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ କଲେଜ ପରିସରରେ ତାଙ୍କୁ କାଳିମାଡ଼ ହୋଇଛି। ତାଙ୍କ ସହ ଥିବା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ମଧ୍ୟ କାଳି ମାଡ ହୋଇଛି।

ପୁରୀ ଗସ୍ତ ସମୟରେ ୫-ଟି ସଚିବଙ୍କ ଆକ୍ରମଣକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି। ତେବେ ସେଠାରେ ଉପସ୍ଥିତ ମିଶନ ଶକ୍ତି ମହିଳାମାନେ ପାଣ୍ଡିଆନଙ୍କ ମୁହଁରୁ କାଳି ପୋଛି ଦେଇଥିଲେ।

କାଳି ମାଡ କରିଥିବା ବ୍ୟକ୍ତିଙ୍କ ନାମ ଭାସ୍କର ସାହୁ ବୋଲି ଜଣାପଡ଼ିଛି। ପାଣ୍ଡିଆନ ରାଜ୍ୟ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରୁଥିବା ବେଳେ ଶ୍ରୀ ସାହୁ ତାଙ୍କୁ ସମାଲୋଚନା କରିଥିଲେ। ଭାସ୍କର ପୂର୍ବରୁ ବିଜେଡିର ଜଣେ ଦଳୀୟ କର୍ମୀ ଥିଲେ। କିନ୍ତୁ ଏବେ କମ୍ୟୁନିଷ୍ଟ ପାର୍ଟିର ନେତା ଅଛନ୍ତି। ଭାସ୍କର ପୂର୍ବରୁ ଗଙ୍ଗୁଆକୁ ପ୍ରଦୂଷଣ ମୁକ୍ତ କରିବାକୁ ଚଳାଇଥିବା ଅଭିଯାନ ପାଇଁ ଚର୍ଚ୍ଚାକୁ ଆସିଥିଲେ।