ଲାଞ୍ଜିଗଡ଼ରେ ବେଦାନ୍ତର ନୂତନ ଜୀବିକା ପ୍ରକଳ୍ପର ଶୁଭାରମ୍ଭ

ବେଦାନ୍ତ ଆଲୁମିନିୟମ ଲିମିଟେଡ ଲାଞ୍ଜିଗଡ଼଼ ବ୍ଲକର ଭଟାଙ୍ଗପଦର ଗ୍ରାମ ପଂଚାୟତରେ ଏକ ନୂତନ ଛେଳି ଚାଷ ପ୍ରକଳ୍ପ ଆରମ୍ଭ କରିଛି।

ଛେଳି ଚାଷ ଆୟ ବୃଦ୍ଧିରେ ସହାୟକ ହେବ

ଲାଞ୍ଜିଗଡ଼଼, ଓଡ଼ିଶା, ୧୭/୮/୨୩ : ବେଦାନ୍ତ ଆଲୁମିନିୟମ ଲିମିଟେଡ, ଭାରତର ଅଗ୍ରଣୀ ମେଟାରଲଜିକାଲ ଗ୍ରେଡର ଆଲୁମିନିୟମ ନିର୍ମାତା ଲାଞ୍ଜିଗଡ଼଼ ବ୍ଲକର ଭଟାଙ୍ଗପଦର ଗ୍ରାମ ପଂଚାୟତରେ ଏକ ନୂତନ ଛେଳି ଚାଷ ପ୍ରକଳ୍ପ ଆରମ୍ଭ କରିଛି । ଓଡ଼ିଶାର ରାଜ୍ୟ ସଭା ସାଂସଦ ଶ୍ରୀ ସୁଜିତ କୁମାରଙ୍କ ଦ୍ୱାରା ଉଦଘାଟିତ ଏହି ପ୍ରକଳ୍ପରେ କଳାହାଣ୍ଡି ଜିଲ୍ଲାର ୧୦୦ରୁ ଅଧିକ ପରିବାରକୁ ନିରନ୍ତର ଜୀବିକା ନିର୍ବାହ ପାଇଁ ଏକ ନୂଆ ମାର୍ଗ ଦେଖାଇବ ।

ଉଦଘାଟନ କାର୍ଯ୍ୟକ୍ରମରେ ଭଟାଙ୍ଗପଦରରେ ୨୬ ଟି ଗାଁର ଲୋକଙ୍କୁ ୨୦୦ରୁ ଅଧିକ ଛେଳି ବଂଟନ କରାଯାଇଥିଲା । ଏହି ପ୍ରକଳ୍ପ କୃଷକମାନଙ୍କ ପାଇଁ ଅତିରିକ୍ତ ଆୟ ଉତ୍ସ ଭାବେ ଛେଳି ପାଳିବାକୁ ଉତ୍ସାହିତ କରିବା, ଫସଲ ଚାଷ ସହିତ ସେମାନଙ୍କ ରୋଜଗାରକୁ ବୃଦ୍ଧି କରିବାରେ ସହାୟକ ହେବ । ଏହି ପ୍ରକଳ୍ପ ଛେଳି ଚାଷ ଉପରେ ଗୁରୁତ୍ୱ ଦେଉଛି । କମ୍ପାନି ସ୍ଥାନୀୟ ପଶୁପାଳନ ବିଶେଷଜ୍ଞଙ୍କ ସହାୟତା ନେଇଛି ଯିଏକି ସପ୍ତାହରେ ଅତିକମରେ ଦୁଇଥର ପ୍ରତ୍ୟେକ ଘର ପରିଦର୍ଶନ କରିବେ ଓ ଛେଳିମାନଙ୍କ ସ୍ୱାସ୍ଥ୍ୟ ଯତ୍ନ ସଂପର୍କରେ ପରାମର୍ଶ ଦେବେ ।

ଏହି ପଦକ୍ଷେପର ପ୍ରଭାବ ସଂପର୍କରେ ମତ ଦେଇ ଶ୍ରୀ ଜିଜି ପାଲ, ଡେପୁଟି ସିଇଓ-ଆଲୁମିନା ବିଜିନେସ, ବେଦାନ୍ତ ଲିମିଟେଡ କହିଛନ୍ତି ଯେ “ବେଦାନ୍ତ ଲାଞ୍ଜିଗଡ଼ ଆମ ଅପରେସନ ପରିସରରେ ଗୋଷ୍ଠୀ ବିକାଶ ପାଇଁ ଆମେ ପ୍ରତିବଦ୍ଧ । ଆମର ବ୍ୟାପକ ଆୟ ସୃଷ୍ଟି ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସହିତ ଆମେ ବିକାଶମୂଳକ ହସ୍ତକ୍ଷେପକୁ ବୃଦ୍ଧି କରିବାକୁ ସିଦ୍ଧାନ୍ତ ନେଇଛୁ । ଆମେ ଗୋଷ୍ଠୀର ଜୀବିକା ନିର୍ବାହ ପାଇଁ ସେମାନଙ୍କୁ ସକ୍ଷମ କରାଇବା ଲାଗି ଚେଷ୍ଟା କରୁଛୁ ।”

ରାଜ୍ୟ ସଭା ସାଂସଦ ଶ୍ରୀ ସୁଜିତ କୁମାର ବେଦାନ୍ତ ଲାଞ୍ଜିଗଡ଼଼ର ଏହି ପଦକ୍ଷେପକୁ ପ୍ରଶଂସା କରି କହିଛନ୍ତି ଯେ “ଭଟଙ୍ଗପଦର କଳାହାଣ୍ଡିର ଏକ ସୁଦୂର ଗ୍ରାମ ଓ ସାଂସ୍କୃତିକ ସମୃଦ୍ଧ ସ୍ଥାନ ମଧ୍ୟରେ ଅବସ୍ଥିତ । ଏହି ପ୍ରକଳ୍ପ ଆଖ ପାଖ ଗ୍ରାମ ଗୁଡ଼ିକ ପ୍ରତି କଂପାନିର ଏହି ନିଷ୍ଠା ସତରେ ପ୍ରଶଂସନୀୟ । ମୁଁ ମଧ୍ୟ ଜିଲ୍ଲା କର୍ତୃପକ୍ଷଙ୍କୁ ଏହି ବିକାଶ ପଦକ୍ଷେପରେ ସହାୟତା ପାଇଁ ଧନ୍ୟବାଦ ଜଣାଉଛି ।”

ବେଦାନ୍ତ ଲାଞ୍ଜିଗଡ଼଼ର ୪୦୦୦ରୁ ଅଧିକ ମହିଳା ହୀତାଧିକାରୀଙ୍କ ସହ କାମ କରୁଛି ଯେଉଁମାନେ ଛେଳି, କୁକୁଡ଼ା ଚାଷ, ମାଛ ଚାଷ ଇତ୍ୟାଦି ଜରିଆରେ ଜୀବିକା ନିର୍ବାହ କରୁଛନ୍ତି । ଛେଳି ଚାଷ ଏକ ଲାଭଜନକ ବ୍ୟବସାୟ । ଚାଷ କାର୍ଯ୍ୟ ସହିତ ଏହାକୁ କରାଯାଇପାରିବ । ଏହା ଦ୍ୱାରା ପରିବାରର ଆୟ ବୃଦ୍ଧି ହେବା ସହିତ କୃଷକଙ୍କ ଆୟ ଦୁଇଗୁଣା ବଢି ପାରିବ । ଆଉ ମଧ୍ୟ ଛେଳି ଚାଷ ସହିତ କୃଷି ପ୍ରଣାଳୀରେ ଜୈବ ବିବିଧତା ବଜାୟ ରଖିବା ଓ ବିସ୍ତାର ପାଇଁ ଅନନ୍ୟ ସୁଯୋଗ ପ୍ରଦାନ କରିବ ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର‌୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୨ରେ ୨ୟ ର‌୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍‌ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।