ରାଜ୍ୟରେ ଆଜି ୨୩ ଟ୍ରେନ୍ ବାତିଲ

ପୂର୍ବତଟ ରେଳପଥ ଅଧୀନରେ ଥିବା ବିଭିନ୍ନ ଷ୍ଟେସନରେ ଚାଲିଥିବା ପ୍ରମୁଖ ଭିତ୍ତିଭୂମି ଓ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଆଜି ଅନେକ ଟ୍ରେନ୍ ବାତିଲ କରାଯାଇଛି

ଷ୍ଟେସନରେ ଚାଲିଛି ମରାମତି

ଭୁବନେଶ୍ୱର: ପୂର୍ବତଟ ରେଳପଥ ଅଧୀନରେ ଥିବା ବିଭିନ୍ନ ଷ୍ଟେସନରେ ଚାଲିଥିବା ପ୍ରମୁଖ ଭିତ୍ତିଭୂମି ଓ ସୁରକ୍ଷା ସମ୍ବନ୍ଧୀୟ କାର‌୍ୟ୍ୟ ପାଇଁ ଆଜି ଅନେକ ଟ୍ରେନ୍ ବାତିଲ କରାଯାଇଛି। ପୂର୍ବତଟ ରେଳପଥ ଅନୁଯାୟୀ ହରିଦାସପୁର, ଭୁବନେଶ୍ୱର, ମଞ୍ଚେଶ୍ୱର, ସମ୍ବଲପୁର ଓ ସମ୍ବଲପୁର ସିଟି ରେଳ ଷ୍ଟେସନରେ ସୁରକ୍ଷା ଓ ଭିତ୍ତିଭୂମି ସମ୍ବନ୍ଧୀୟ ବିକାଶ କାର‌୍ୟ୍ୟ ଚାଲିଛି। ଏହା ଅଗଷ୍ଟ ୧୨ରୁ ଆରମ୍ଭ ହୋଇ ଅଗଷ୍ଟ ୩୦ ପର‌୍ୟ୍ୟନ୍ତ ଚାଲିବ। ତେଣୁ ଅଗଷ୍ଟ ୩୦ ତାରିଖ ପର‌୍ୟ୍ୟନ୍ତ ଅନେକ ଟ୍ରେନ୍ ବାତିଲ, ସର୍ଟ ଟର୍ମିନେଟ ଓ ଡାଇଭର୍ଟ କରାଯାଇଛି।
ବାତିଲ ହୋଇଥିବା ଟ୍ରେନଗୁଡ଼ିକ ହେଲା ଧନବାଦ-ଭୁବନେଶ୍ୱର ଏକ୍ସପ୍ରେସ୍ (୦୨୮୩୧), ବାଲେଶ୍ୱର-ଭୁବନେଶ୍ୱର ଏକ୍ସପ୍ରେସ୍ (୦୮୪୧୧), ତାଳଚେର-ପୁରୀ (୦୮୪୧୩), କଟକ-ପାରାଦୀପ (୦୮୪୪୫), ଭୁବନେଶ୍ୱର-ବ୍ରହ୍ମପୁର ଏକ୍ସପ୍ରେସ୍ (୦୮୪୪୧), ଭୁବନେଶ୍ୱର-ପଲାସା ଏକ୍ସପ୍ରେସ୍ (୦୮୪୪୩), ହାଓରା-ପୁରୀ ଏକ୍ସପ୍ରେସ୍ (୧୨୨୭୭), ଶାଲିମାର-ପୁରୀ ଏକ୍ସପ୍ରେସ୍ (୧୨୮୨୧), ଖଡ଼ଗପୁର-ଖୋର୍ଦ୍ଧା ରୋଡ୍ ଏକ୍ସପ୍ରେସ୍ (୧୮୦୨୧), ରାଉରକେଲା-କାନୁପୁର ଏକ୍ସପ୍ରେସ୍ (୧୮୦୨୧), ରାଉରକେଲା-କାନୁପୁର ଏକ୍ସପ୍ରେସ୍ (୧୨୮୮୭), ରାଉରକେଲା-କାନୁପୁର ଏକ୍ସପ୍ରେସ୍ (୧୨୮୮୭), ରାଉରକେଲା-କାନୁପୁର ଏକ୍ସପ୍ରେସ୍ (୧୨୮୮୭), ରାଉରକେଲା-କାନୁପୁର ଏକ୍ସପ୍ରେସ୍ (୧୨୮)। ମୁଜାଫରପୁର-ଏସ୍ଏମଭିଟି ବେଙ୍ଗାଲୁରୁ ଏକ୍ସପ୍ରେସ୍ (୧୫୨୨୮), ନ୍ୟୁ ତିନସୁକିଆ-ତାମ୍ବରମ୍ ଏକ୍ସପ୍ରେସ୍ (୧୫୯୩୦), ଶାଲିମାର-ଭାସ୍କୋ-ଡା-ଗାମା ଏକ୍ସପ୍ରେସ୍ (୧୮୦୪୭), ଟାଟା-ବିଶାଖାପାଟଣା ଏକ୍ସପ୍ରେସ୍ (୨୦୮୧୫), ସିଆଲଦା-ପୁରୀ ଏକ୍ସପ୍ରେସ୍ (୨୨୨୨୦୧), ପୁରୁଲିଆ-ଭିଲ୍ଲୁପୁରମ୍ ଏକ୍ସପ୍ରେସ୍ (୨୨୬୦୫), ଆନନ୍ଦ ବିହାର-ଭୁବନେଶ୍ବର ଏକ୍ସପ୍ରେସ୍ (୨୨୮୦୬), ପାରାଦୀପ-ବିଶାଖାପାଟଣା ଏକ୍ସପ୍ରେସ୍ (୨୨୮୦୯) ଏବଂ ସାନ୍ତ୍ରାଗାଛି-ତାମ୍ବରମ୍ ଏକ୍ସପ୍ରେସ୍ (୨୨୮୦୯) ।