ଗିରଫଦାରୀ ଭୟରେ ବୁଲୁଥିଲେ ଏ ରାଜ୍ୟରୁ ସେ ରାଜ୍ୟ

କୋରାପୁଟ ଜିଲ୍ଲା ନାରାୟଣପାଟଣାର ପୂର୍ବତନ ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ) ରମେଶ ଚନ୍ଦ୍ର ସାହୁ ୮ ବର୍ଷ ପରେ ଗିରଫ କରାଯାଇଛିା

୮ ବର୍ଷ ପରେ ଦିଲ୍ଲୀରୁ ଧରାପଡିଲେ

ଭୁବନେଶ୍ୱର: ଦୀର୍ଘ ବର୍ଷ ଧରି ଫେରାର ଥିଲେ ଦୁର୍ନୀତିରେ ଲିପ୍ତ ବ୍ଲକ ଉନ୍ନୟନ ଅଧିକାରୀ । ଶେଷରେ ଗିରଫ ହେଲେ ଦିଲ୍ଲୀରୁ । କୋରାପୁଟ ଜିଲ୍ଲା ନାରାୟଣପାଟଣାର ପୂର୍ବତନ ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ) ରମେଶ ଚନ୍ଦ୍ର ସାହୁ ୭ଟି ଦୁର୍ନୀତି ମାମଲାରେ ଲିପ୍ତ ଥିବା ବେଳେ ଧରା ପଡିଯିବା ଭୟରେ ୮ ବର୍ଷ ଧରି ସେ ଓଡିଶାରେ ନରହି ଦିଲ୍ଲୀ ଓ ଏହାର ଆଖପାଖ ଅଂଚଳରେ ଘରା ଭଡା ନେଇ ରହୁଥିଲେ । ଗିରଫଦାରୀରୁ ବର୍ତିବା ପାଇଁ ଶେଷରେ ସେ ଆସାମର ଜୋରହାଟକୁ ମଧ୍ୟ ଫେରାର ହୋଇଯାଇଥିଲେ । ନିକଟରେ ଆସାମରୁ ଦିଲ୍ଲୀ ଫେରିବା ବେଳେ ଭିଜିଲାନ୍ସ ଲୋକେସନ ନାଭିଗେଟ କରି ଆଜି ତାଙ୍କୁ ଗିରଫ କରିଛି । ଅଭିଯୁକ୍ତ ପୂର୍ବତନ ବିଡିଓଙ୍କୁ ଦିଲ୍ଲୀର ଏକ କୋର୍ଟରେ ହାଜର କରାଯାଇ ଟ୍ରାଞ୍ଜିଟ ରିମାଣ୍ଡରେ ଓଡିଶା ଅଣାଯିବ ବୋଲି ସୂଚନା ମିଳିଛି ।