୭ ଜିଲ୍ଲାରେ ବର୍ଷା

ଆଜି ରାଜ୍ୟର ୭ଟି ଜିଲ୍ଲାରେ ୩ ଘଂଟା ମଧ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ

ଆଇଏମଡିର ଆଲର୍ଟ

ଭୁବନେଶ୍ୱର: ଆଜି ରାଜ୍ୟର ୭ଟି ଜିଲ୍ଲାରେ ୩ ଘଂଟା ମଧ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭାରତୀୟ ପାଣିପ୍ଧଜ୍ଞ ବିଭାଗର ଆଂଚଳିକ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ବର୍ଷା ସହ ବଜ୍ରପାତର ମଧ୍ୟ ସମ୍ଭାବନା ରହିଛି । ତେଣୁ ବାହାରକୁ ନଯିବା ସହ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ଆଇଏମଡି ପରାମର୍ଶ ଦେଇଛି । ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ଖୋର୍ଦ୍ଧା (ଭୁବନେଶ୍ୱର/କଟକ) ସମେତ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ।