ସୂର୍ଯ୍ୟ ପାତ୍ରଙ୍କୁ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବିଧାନସଭା ପରିସରରେ ଗାର୍ଡ ଅଫ ଅନର

ଭୁବନେଶ୍ୱର: ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀ ପାତ୍ରଙ୍କ ଭୁବନେଶ୍ୱରର ନୟାପଲ୍ଲୀସ୍ଥିତ ବାସଭବନ ଯାଇ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି । ଶ୍ରୀ ପାତ୍ରଙ୍କ ଶେଷ ଦର୍ଶନ କରିବା ପାଇଁ ବିଜେଡି ନେତା, ମନ୍ତ୍ରୀଙ୍କ ସହ ବିଭିନ୍ନ ଦଳର ନେତା ଏବଂ ବହୁ ମାନ୍ୟଗଣ ବ୍ୟକ୍ତି ବାସଭବନରେ ଯାଇ ପହଂଚିଥିଲେ । ପରେ ଶ୍ରୀ ପାତ୍ରଙ୍କ ମରଶରୀରକୁ ଓଡିଶା ବିଧାନସଭା ନିଆଯାଇ ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି ପରେ ଶଙ୍ଖ ଭବନ ନିଆଯାଇଥିଲା । ସେଠାରୁ ବାହାରି ଶୋଭାଯାତ୍ରାରେ ଦିଗପହଣ୍ଡିକୁ ନିଆଯାଇ ସେଠାରେ ଅନ୍ତିମ ସଂସ୍କାର କରାଯିବ ।