ଭିତରକନିକାରେ ଆଜିଠୁ ଦେଶୀୟ ପକ୍ଷୀ ଗଣନା

ଭିତରକନିକା ଜାତୀୟ ଉଦ୍ୟାନରେ ଆଜିଠାରୁ ଆରମ୍ଭ ହୋଇଛି ବାର୍ଷିକ ପକ୍ଷୀ ଗଣନା ।

ଚଳିତ ବର୍ଷ ପ୍ରବାସୀ ପକ୍ଷୀଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି

କେନ୍ଦ୍ରାପଡା: କେନ୍ଦ୍ରାପଡାସ୍ଥିତ ଭିତରକନିକା ଜାତୀୟ ଉଦ୍ୟାନରେ ଆଜିଠାରୁ ଆରମ୍ଭ ହୋଇଛି ବାର୍ଷିକ ପକ୍ଷୀ ଗଣନା । ଏହି ପକ୍ଷୀ ଗଣନାରେ ୪ଟି ଟିମ ନିୟୋଜିତ ହୋଇଛନ୍ତି । ଏବଂ ପ୍ରତି ଟିମରେ ୪ରୁ ଅଧିକ ବନ କର୍ମଚାରୀ ଅଛନ୍ତି । ରାଜନଗର ବନାଂଚଳ, ଲକ୍ଷ୍ମୀ ପ୍ରସାଦ, ଦୁର୍ଗା ପ୍ରସାଦ ଏବଂ ମଠ ଆଡିଆ ପାଶ୍ୱର୍ରେ ପୃଥକ ଭାବେ ୪ଟି ଟିମକୁ ମୁତୟନ କରାଯାଇଛି । ଆଜି ସକାଳ ପ୍ରାୟ ୬ଟାରୁ ପକ୍ଷୀ ଗଣନା ଆରମ୍ଭ ହୋଇ ୧୨ଟାରେ ସରିବାର ସୂଚନା ମିଳିଛି । ଆଜିଠାରୁ ଆରମ୍ଭ ହୋଇଥିବା ଗଣନା ସେପ୍ଟେମ୍ବର ୭ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଚାଲିବ । କେନ୍ଦ୍ରାପଡା ରାଜନଗର ଡିଭିଜନାଲ ଫରେଷ୍ଟ ଅଫିସର ସୁ୍‌ଦର୍ଶନ ଗୋପୀନାଥ ଯାଦବ କହିବାନୁଯାୟୀ, ଭିତରକନିକା ଜାତୀୟ ଉଦ୍ୟାନ ଓ ଏହାର ଆଖପାଖ ଅଂଚଳକୁ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ବାସ କରିବା ଆସନ୍ତି, କିନ୍ତୁ ଚଳିତଥର ପ୍ରବାସୀ ପକ୍ଷୀଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ଘଟିଛି ।