ସାପ ଧରାଳିଙ୍କ ପାଇଁ ବୀମା ସୁରକ୍ଷା

ରାଜ୍ୟରେ ସାପ ଧରାଳିଙ୍କୁ ବୀମା ସୁରକ୍ଷା ଯୋଗାଇ ଦେବେ ସରକାର।

ଜଙ୍ଗଲ ବିଭାଗ ଅଧୀନରେ ବୀମା ପ୍ରିମିୟମ

ଭୁବନେଶ୍ବର: ଓଡ଼ିଶାରେ ସାପ ଧରାଳିଙ୍କୁ ବୀମା ସୁରକ୍ଷା ଯୋଗାଇ ଦେବେ ରାଜ୍ୟ ସରକାର। ସାପ ଧରାଳିଙ୍କ ବୀମା ପ୍ରିମିୟମ ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ବହନ କରିବ। ଆଜି ଭୁବନେଶ୍ୱରରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏହି ସୂଚନା ଦେଇଛନ୍ତି।

ଏହାବ୍ୟତୀତ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସାପ ନିୟନ୍ତ୍ରଣକାରୀ ଓ ସରୀସୃପଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଲୋକଙ୍କୁ ତାଲିମ ଦେବା ପାଇଁ ପ୍ରସ୍ତାବ ଉପସ୍ଥାପନ କରିବେ। ଏହି ପ୍ରସ୍ତାବରେ ପ୍ରଶିକ୍ଷଣର ପ୍ରକୃତି ଏବଂ ଏଥିପାଇଁ ଆବଶ୍ୟକ ପାଣ୍ଠି ବିଷୟରେ ବିବରଣୀ ଅନ୍ତର୍ଭୁକ୍ତ ହେବ। ଏହାପରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।