୬ ମାସରେ କିସ୍ତି ଭରିବେ ଜାଗା ମିଶନ ହିତାଧିକାରୀ

ଓଡ଼ିଶା ଜାଗା ମିଶନ ଅଧୀନରେ ୬ଟି ମାସିକ କିସ୍ତିରେ ହିତାଧିକାରୀ ଟଙ୍କା ଫେରସ୍ତ କରିବେ।

ବିକ୍ରି ହୋଇ ପାରିବନି ଜାଗା

ଭୁବନେଶ୍ବର: ଓଡ଼ିଶା ଜାଗା ମିଶନ ଅଧୀନରେ ୬ଟି ମାସିକ କିସ୍ତିରେ ହିତାଧିକାରୀ ଟଙ୍କା ଫେରସ୍ତ କରିବେ। ହିତାଧିକାରୀ ୩ ଦିନ ପରିବର୍ତ୍ତେ ୬ ମାସ ମଧ୍ୟରେ କିସ୍ତିରେ ଟଙ୍କା ଦେଇ ଜମି ପାଇବେ। ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ସୂଚନାନୁସାରେ, ଜାଗା ମିଶନ ହିତାଧିକାରୀମାନେ ୬ ମାସରେ ୬ଟି ପ୍ରିମିୟମ ରାଶିରେ ଟଙ୍କା ଫେରସ୍ତ କରିବେ। ଡିମାଣ୍ଡ ନୋଟିସ୍ ପାଇବାର ତିନି ଦିନ ମଧ୍ୟରେ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ଏହି ସୁବିଧା ପାଇପାରିବେ। ବିଏମ୍ସି ପକ୍ଷରୁ ଦିଆଯାଇଥିବା ପଟ୍ଟା ସମ୍ପୂର୍ଣ୍ଣ ପ୍ରସ୍ତୁତ।

ପ୍ରଥମ ପର୍ଯ୍ୟାୟରେ ୫୧ ହଜାର ପଟ୍ଟା ଦିଆଯାଇଥିବା ବେଳେ ଜମି ଦେଖାଇ ବ୍ୟାଙ୍କରୁ ଋଣ ନେଇ ପାରିବେ ଏବଂ ଘର ତିଆରି କରିପାରିବେ। କିନ୍ତୁ ଏହି ଜମି ବିକ୍ରି ହୋଇପାରିବ ନାହିଁ ବୋଲି ଭୁବନେଶ୍ୱର ମହାନଗର ନିଗମ ସ୍ପଷ୍ଟ କରିଛି।