ହାଇଟେକ ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟରେ ଗୁରୁ ଦିବସ ପାଳିତ

ହାଇଟେକ ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟରେ ଶହସ୍ରାଧିକ ଛାତ୍ରଛାତ୍ରୀ ମାନଙ୍କୁ ନେଇ ପବିତ୍ର ଗୁରୁ ଦିବସ ପାଳନ କରାଯାଇଛି ।

ଶହସ୍ରାଧିକ ଛାତ୍ରଛାତ୍ରୀ ମାନଙ୍କୁ ନେଇ ପବିତ୍ର ଗୁରୁ ଦିବସ ପାଳିତ

ଭୁବନେଶ୍ୱର: ଭାରତ ଧୀରେ ଧୀରେ ବିଶ୍ୱଗୁରୁର ମାନ୍ୟତା ପାଇବାରେ ଜାହିର କରି ସାରିଛି । ଭାରତର ଆଧ୍ୟ୍ୟାତ୍ମିକତା ଶିକ୍ଷା, ଚେତନା ସବୁ କିଛି ବିଶ୍ୱ ବାସୀଙ୍କୁ ଆନନ୍ଦ ଦେବାରେ ଲାଗିଛି । ବିଶ୍ୱବାସୀ ବିଶ୍ୱର ସମସ୍ତ ରାଷ୍ଟ୍ର ସମୂହ, ଭାରତକୁ ଏକ ଆଧ୍ୟାତ୍ମ ଦେଶ ଏବଂ ଏକ ଗୁରୁ ଶିଷ୍ୟ ପରମ୍ପରାର ଦେଶ ବୋଲି ଗ୍ରହଣ କରୁଥିଲା ବେଳେ, ଆଜି ହେଉଛି ପବିତ୍ର ଗୁରୁ ଦିବସ । ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକ୍ରିଷ୍ନନଙ୍କର ପବିତ୍ର ସ୍ୱର୍ଣ୍ଣକ୍ଷେତ୍ର ଦିବସ ଭାରତର ପ୍ରତ୍ୟେକ ବିଦ୍ୟାର୍ଥୀ, ଶିକ୍ଷାନୁଷ୍ଠାନ ଏବଂ ପ୍ରତ୍ୟେକ ସାଧାରଣ ମଣିଷ ଟିଏ ଏହି ଦିନକୁ ଗୁରୁ ଦିବସ ଭାବରେ ପାଳନ କରେ । ଏହି ଅବସରରେ ହାଇଟେକ ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟ ଭୁବନେଶ୍ୱର ତରଫରୁ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଶହସ୍ରାଧିକ ଛାତ୍ରଛାତ୍ରୀ ମାନଙ୍କୁ ନେଇ ପବିତ୍ର ଗୁରୁ ଦିବସ ମହା ସମାରୋହରେ ପାଳନ କରାଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ. ଚିତରଞ୍ଜନ ସାହୁ, ଉପାଧ୍ୟକ୍ଷ ବିଭୂତି ଭୂଷଣ ବେହେରା ଏବଂ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଏହି ଗୁରୁ ଦିବସ ପାଳନ ମହୋତ୍ସବରେ ନିଜକୁ ସାମିଲ କରିଥିଲେ । ବିଦ୍ୟାର୍ଥୀ ମାନଙ୍କର ଆବାହ ସଙ୍ଗୀତ, ଏବଂ ବିଦ୍ୟାର୍ଥୀ ମାନେ ଆଗାମୀ ଦିନରେ ଏକ ସ୍ୱତନ୍ତ୍ର ଜୀବନ ବିତାଉ ଥିବାର ପରିସ୍ଫୁଟତା ବା ସଂକଳ୍ପ ଆଜିର ଦିନରେ ସମାଜକୁ ଏକ ବାର୍ତା ଦେଇଛି । ପଦାର୍ଥ ବିଜ୍ଞାନର ଅଧ୍ୟାପକ ବେଦବ୍ରହ୍ମା ଦାଶ ଏହାର ପରିଚାଳନା କରିଥିବା ବେଳେ ଓଡିଶୀ ନୃତ୍ୟଶିଳ୍ପୀ ତଥା ଓଡିଆ ଭାଷା ସାହିତ୍ୟ ବିଭାଗର ଅଧ୍ୟାପକ ଡ. ଚିଚାରଞ୍ଜନ ସାହାଣୀ ବିଦ୍ୟାର୍ଥୀ ମାନଙ୍କୁ ଆଗାମୀ ଦିନରେ ଗୁରୁ ପରମ୍ପରାକୁ ଉଦ୍ୟୀବିତ କରି ରଖିବା ପାଇଁ ଆହ୍ୱାନ ଦେଇଥିଲେ । ଅଧ୍ୟକ୍ଷ ପ୍ରଫେସର ଡ. ଚିତରଞ୍ଜନ ସାହୁ ବିଦ୍ୟାର୍ଥୀ ମାନେ ଏଠି ଗ୍ରହଣ କରୁଥିବା ବିଦ୍ୟା ତା ସାର୍ଟିଫିକେଟରେ ସୀମିତ ନରହି, ବିଦ୍ୟାର୍ଥୀ ମାନଙ୍କୁ ଏମିତି ଏକ ସୋପାନରେ ରଖୁ ଯାହାକୁ ଦେଖିଲେ ଗୁରୁ ନିଜ ଜୀବନକୁ ଧନ୍ୟ ମଣିବେ ବୋଲି କହିଥିଲେ । ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ମନୋରଞ୍ଜନ ଭିତିକ ସାଂସ୍କୃତିକ କାର‌୍ୟ୍ୟକ୍ରମ ଏବଂ ବିଦ୍ୟାର୍ଥୀ ମାନେ ସୁୟ ଭାବନା ଗିତରେ ଗୁରୁ ପରମ୍ପରା ଏବଂ ହାଇଟେକ ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟ ଭୁବନେଶ୍ୱରର ଶହସ୍ରାଧିକ ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଗୁରୁ ଦିବସ ପାଳନର ମହତ୍ୱକୁ ଅତି ସୁନ୍ଦର ଭାବରେ ବଖାଣି ଥିଲେ।