ଜ୍ୟାକ ଏନ ଜିଲ୍ ସ୍କୁଲରେ ଗୁରୁ ଦିବସ ପାଳିତ

ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ), ସମ୍ବଲପୁର ଦ୍ୱାରା ପରିଚାଳିତ ଜ୍ୟାକ ଏନ ଜିଲ ସ୍କୁଲରେ ଗୁରୁ ଦିବସ ପାଳନ କରାଯାଇଛି ।

ଇକୋରୋ ଦ୍ୱାରା ପରିଚାଳିତ ଅଣ-ଲାଭକାରୀ ସଂଗଠନ

ସମ୍ବଲପୁର,୫/୯: ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ, ସମ୍ବଲପୁର ଦ୍ୱାରା ପରିଚାଳିତ ଜ୍ୟାକ ଏନ ଜିଲ ସ୍କୁଲରେ ଗୁରୁ ଦିବସ ପାଳନ କରାଯାଇଛି । ଏହା ପିଲାମାନଙ୍କୁ ସହାୟତା ପ୍ରଦାନ କରୁଥିବା ଏକ ଅଣ-ଲାଭକାରୀ ସଂଗଠନ ଅଟେ । ଏହି ଅବସରରେ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ, ସମ୍ବଲପୁରର ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଳୀ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରି ଶିକ୍ଷୟତ୍ରୀ ଓ ଅଣ-ଶିକ୍ଷୟତ୍ରୀ କର୍ମଚାରୀମାନଙ୍କୁ ପୁରସ୍କାର ବଂଟନ କରିଥିଲେ । ଏହି ଅବସରରେ ଇକୋରୋର ଉପାଧ୍ୟକ୍ଷା ଶ୍ରୀମତୀ ରୁଚିକା ସିଂ ଓ ଇକୋରୋର ଅନ୍ୟ ସଦସ୍ୟାମାନେ ଉପସ୍ଥିତ ଥିଲେ ।